ନେହେରୁ ଯୁବକ କେନ୍ଦ୍ର ଦ୍ୱାରା ବକ୍ତୃତା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଅନ୍ତର୍ଗତ ସରକାରୀ ମହିଳା ମହାବିଦ୍ୟାଳୟର ସଭାଗୃହରେ ବଲାଙ୍ଗିର ଜିଲ୍ଲାର ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ସମ୍ବିଧାନ ଦିବସ ପାଳନ ଅବସରରେ ଗତକାଲି ସକାଳ ଘ.୧୧ ସମୟରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଶିର୍ଷକ ଥିଲା ଦେଶ ଭକ୍ତି ଓ ରାଷ୍ଟ୍ର ନିର୍ମାଣ । ବକ୍ତୃତା ପ୍ରତିଯୋଗିତାରେ ୧୮ରୁ ୨୯ ବର୍ଷ ମଧ୍ୟରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ତିନି ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରି ତାଙ୍କର ବକ୍ତୃତା ପ୍ରଦତ୍ତ ଶିର୍ଷକ ଉପରେ ଉପସ୍ଥାପିତ କରିଥିଲେ । ପ୍ରତିଯୋଗିତାରେ ନିର୍ଣ୍ଣାୟକ ମଣ୍ଡଳୀ ଭାବରେ ଉପସ୍ଥିତ ଥିଲେ ହେମନ୍ତ କୁମାର ମଲ୍ଲିକ ଅଧ୍ୟାପକ ସରକାରୀ ମହିଳା ମହାବିଦ୍ୟାଳୟ, ପ୍ରମୋଦ କୁମାର ବାଗ ଅବସରପ୍ରାପ୍ତ ପ୍ରଧ୍ୟାପକ ଅହ୍ଲାବାଦ ବିଶ୍ୱ ବିଦ୍ୟାଳୟ, ଅଶୋକ କୁମାର ମେହେର ପରିଚାଳନା ନିର୍ଦ୍ଦେଶକ ବୀଣାପାଣି ଶିକ୍ଷାସୌଧ ଗଇଁନ୍ତଲା । ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋରଂଜନ ମିଶ୍ର । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ଏ.ଭି. ନରସିଂହା କୁମାର ଏବଂ ସହଯୋଗ କରିଥିଲେ ନେହେରୁ ଯୁବ କେନ୍ଦ୍ରର ଲେଖପାଳ ବିପିନ ବିହାରୀ ଜେନା, ଏମ୍‌ଟିଏସ୍‌ ବଳାୟାର ସିଂ ବସ୍ତିଆ ଓ କୃପାସିନ୍ଧୁ ସା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଲୋଇସିଂହା ମହାବିଦ୍ୟାଳୟର ସାସ୍ୱତି ସାହୁ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ପୁଜା ଜୈନ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ତୁରେକେଲାର ଉଦିତ ନାରାୟଣ କର । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଏକହଜାର ଟଙ୍କା ପୁରସ୍କାର ରାଶି ସ୍ୱରୁପ ଦିଆଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ସାସ୍ୱତି ସାହୁ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ପ୍ରତିନିଧିତ୍ୱ କରିବେ ।

Leave A Reply

Your email address will not be published.