centurian jitm

ଗ୍ରାମାଂଚଳକୁ ନିରନ୍ତର ଇଟରନେଟ ସୁବିଧା ଯୋଗାଇ ଦିଆଯାଉ : ୱେବନାର ମାଧ୍ୟମରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ଆୟୋଜନରେ ଜୁମ୍‌ ୱେବନାର ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣତନ୍ତ୍ର ଉପରେ ଦୁଇଦିନ ବ୍ୟାପୀ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ରାଜ୍ୟସ୍ତରକୁ ୭୦ ଜଣ ଛାତ୍ରଛାତ୍ରୀ ଉନ୍ନିତ ହୋଇ ବକୃତା ପ୍ରଦର୍ଶନ କରିଥିଲେ । ବକୃତା ପ୍ରତିଯୋଗିତାରେ ଅଧ୍ୟାପକ ଅଧ୍ୟାପିକା ଡୋଲାମଣୀ ଧରୁଆ, ନମିତା ମହାପାତ୍ର, ଜଗଦୀଶ ଚନ୍ଦ୍ର ଭୋଇ, ଉଜ୍ଜସ୍ମିନୀ ନାୟକ, ଦୀପକ କୁମାର ନାୟକ, କସ୍ତୁରୀ ମରକାମ୍‌, ବିଶ୍ୱଜୀତ ନାୟକ, ରୀତା ପାଉଲେ, କୌତୁକ ପନ୍ଦର, ନିରଜା ନଳିନୀ ନାୟକ, ପ୍ରେମାନନ୍ଦ କୁଅଁର ଓ ତପସ୍ୱୀନି ନାୟକ ବିଚାରକ ଭାବେ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ସ୍ଥାନ ଅନୁଗୁଲ ଜିଲ୍ଲାର ସୋମେଶ୍ୱର ମାଝୀ, ଦ୍ୱିତୀୟ ସ୍ଥାନ ସୋନପୁର ଜିଲ୍ଲାର ଦେବାନନ୍ଦ ଭୋଇ ଓ ତୃତୀୟ ସ୍ଥାନ କେନ୍ଦୁଝର ଜିଲ୍ଲାର ସ୍ମୃତିରେଖା ନାୟକ ଅଧିକାର କରିଥିଲେ । ପ୍ରଦେଶ ସଭାପତି ମହେନ୍ଦ୍ର ନାଏକଙ୍କ ଅଧକ୍ଷତାରେ, ମାନ୍ୟବର ସାଂସଦ ଲୋକସଭା ନବରଙ୍ଗପୁର ଓ ଗୋଁଣ୍ଡ ମହାସଭାର ମୁଖ୍ୟ ପୁରୋଧା ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାମସିଂହ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଉନ୍ନିତ ଛାତ୍ରଛତ୍ରୀଙ୍କୁ ଆସନ୍ତା ଜୁନ ୨୪ ତାରିଖ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଅବସରରେ ପ୍ରତି ଜିଲ୍ଲାରେ ପୃଥକ ପୃଥକ ଭାବରେ ମାନପତ୍ର ପ୍ରଦାନ କରିବା ପାଇଁ ଭବ୍ୟ ଆୟୋଜନ ହୋଇଛି । ଏହି ଅବସରରେ ଲୋଇସିଂହା ଠାରେ ଯୋଜନା ଥିବା ଅନ୍‌ ଲାଇନ କଂପ୍ୟୁଟର ପାଠାଗାର ଶୁଭ ଉଦ୍‌ଘାଟନ ହେବ । ମାନ୍ୟବର ସାଂସଦ ଶ୍ରୀ ମାଝୀ କହିଥିଲେ ଯେ ଏହି କରୋନା ମହାମାରୀ ଯୋଗୁଁ ରାଜ୍ୟ, ଦେଶ ତଥା ପୃଥିବୀର ସମସ୍ତ ଅଂଚଳ ପ୍ରଭାବିତ ହୋଇଥିବା ବେଳେ ବିଶେଷ ଭାବେ ଶିକ୍ଷା ବିଭାଗ କ୍ଷତି ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗୋଁଣ୍ଡ ମହାସଭା ୱେବନାର ମାଧ୍ୟମରେ ସମାଜର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପ୍ରସଂଶନୀୟ ପଦକ୍ଷେପ । ଏହି ବକୃତା ପ୍ରତିଯୋଗିତାରେ ବିଶେଷ ଭାବରେ ଉପାନ୍ତ ଅଂଚଳରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ନେଟୱାର୍କର ଅପହଂଚ ଯୋଗୁଁ ତଥା ନିରନ୍ତର ନେଟୱାର୍କ ଅଭାବ ଯୋଗୁଁ ଠିକ ଭାବରେ ତାଙ୍କର ବକୃତା ପ୍ରଦର୍ଶନ କରିପାରି ନଥିଲେ ବୋଲି ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ କହିଛନ୍ତି । ମହାମାରୀ କେରାନା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁଚେଇ ଦେଇଛି ଯେ ଆଜିର ଦିନରେ ରାଜଧାନୀରୁ ଉପାନ୍ତ ଅଂଚଳ ପର୍ୟ୍ୟନ୍ତ ନିରନ୍ତର ନେଟୱାର୍କ ସଂଯୋଗ ନହେଲେ ଖାଲି ଶିକ୍ଷା ସହିତ ଅନ୍ୟ ସମସ୍ତ କାର୍ୟ୍ୟକ୍ରମ କ୍ଷତିଗ୍ରସ୍ତ ହେବ । ମହାସଭାର ମହିଳା ଅଧ୍ୟକ୍ଷା ସୁକାନ୍ତିବାଳା ନାୟକ, ମହାସଭାର ମହାସଚିବ ପ୍ୟାରୀମୋହନ ନାୟକ, ମୀନକେତନ ମାଝୀ, ଚୁଡାମଣୀ ଧରୁଆ, ଉପସଭାନେତ୍ରୀ ଦମୟନ୍ତୀ ମହାପାତ୍ର, ବଲାଙ୍ଗିର ଜିଲ୍ଲାରୁ ସଭାପତି ଶ୍ୟାମସୁନ୍ଦର ଭୋଇ, ରାମଚନ୍ଦ୍ର ଧରୁଆ, ମୁକୁନ୍ଦ ଧରୁଆ, ଦଶରଥ ଛତ୍ରୀଆ, ଗଣେଶ ମାଝୀ, ପ୍ରମୁଖଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାରୁ କର୍ମକରତା, ସଭ୍ୟ ସଭ୍ୟା, ସହଯୋଗୀ ଓ ସୁଭେଚ୍ଛୁ ଯୋଗ ଦେଇଥିଲେ । ପୃଥକ ଭାବରେ ବଲାଙ୍ଗିର ଜିଲ୍ଲା ଗୋଁଣ୍ଡୱାନା ଛାତ୍ର ସଂଗଠନ ଦ୍ୱାରା ଭିଡିଓ କନଫରେନସ୍‌ ମାଧ୍ୟମରେ ଏକ ସଚେତନତା ସଭା ହୋଇ ସମାଜରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଭାପତି ଲଲିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ସୁବ୍ରତ କୁଅଁର, ମୁକୁନ୍ଦ ଧରୁଆ ପ୍ରୟାସ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.