ଘର ଉପରେ ବଜ୍ରପାତ : ଝିଅ ମୃତ, ବାପା ଓ ମା ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଗୁରୁବାର ଅପରାହ୍ନରେ ଘଡଘଡ଼ି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ସହିତ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମପଞ୍ଚାୟତ ଅଧୀନସ୍ତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କର ଦ୍ୱିତୀୟ କନ୍ୟା ରୁପାଲି ବିଷୋୟୀ (୨୩) । ରୁପାଲିଙ୍କ ପରିବାର ନିଜ ଘର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଭଡ଼ାଘରେ ରହୁଥିଲେ । ଗୁରୁବାର ଅପରାହ୍ନରେ ହଠାତ୍‌ ଘର ଉପରେ ବଜ୍ରାଘାତ ହୋଇଥିଲା । ସେଥିରେ ବିମ୍ବାଧର ବିଷୋୟୀ ମାଆ ଅତୁଳା ବିଷୋୟୀ ସାମାନ୍ୟ ଆଘାତ ହେଇଥିବା ବେଳେ ରୁପାଲୀ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଟିକାବାଲି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଖବର ପାଇ ଟିକାବାଲି ଆଇଆଇସି କଲ୍ୟାଣୀମୟୀ ଷେଣ୍ଡ ଘଟଣାସ୍ଥଳରେ ପହଞ୍ଚି କେଶ ନଂ.୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.