ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତର ବଲାଙ୍ଗିର ବିଭାଗ ବୈଠକ ବଲାଙ୍ଗିର ନଗରସ୍ଥିତ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଜରଙ୍ଗ ଦଳ କଲିକତା କ୍ଷେତ୍ର(ଓଡିଶା, ପଶ୍ଚିମବଙ୍ଗ, ସିକିମ୍ ଓ ଆଣ୍ଡାମାନ ନିକୋବର)ର କ୍ଷେତ୍ର ସଂଯୋଜକ ଅମଲ ଚକ୍ରବର୍ତ୍ତୀ, ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାଏକ, ପ୍ରାନ୍ତ ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର ଏବଂ ବିଶ୍ଵହିନ୍ଦୁ ପରିଷଦ ବଲାଙ୍ଗିର ଜିଲ୍ଲା ସଭାପତି ଗୋବିନ୍ଦଚନ୍ଦ୍ର ମିଶ୍ର ମଞ୍ଚାସିନ ଥିଲେ । ବଜରଙ୍ଗ ଦଳ ବଲାଙ୍ଗିର ବିଭାଗର ବଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଟିଟିଲାଗଡ଼ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ଟୋଲି ଓ ପ୍ରଖଣ୍ଡ ସଂଯୋଜକ ସହସଂଯୋଜକମାନେ ଉପସ୍ଥିତ ଥିଲେ । କ୍ଷେତ୍ର ସଂଯୋଜକ ଶ୍ରୀ ଚକ୍ରବର୍ତ୍ତୀ ବଜରଙ୍ଗ ଦଳର କାର୍ଯ୍ୟ ଓ ଉଦ୍ଦେଶ୍ୟ ତଥା ଆଗାମୀ ବର୍ଷର କାର୍ଯ୍ୟ ଯୋଜନା ବିଷୟରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.