ପୁଇଁନ୍ତଲା ବ୍ଲକ ଦଶପୁର ଠାରେ ରାଜ୍ୟ ଡୁମାଲ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ମା’ ମାହେଶ୍ୱରୀ ମନ୍ଦିର ଠାରେ ରାଜ୍ୟ ଡୁମାଲ ପରିଷଦର ସାଂଗଠନିକ ବୈଠକ ଆବାହକ ସରୋଜ କୁମାର ମେଶ୍ୱାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୂତନ କମିଟିରେ ସର୍ବସମ୍ମତି କ୍ରମେ ଗୁପ୍ତେଶ୍ୱର ଛୁରିଆଙ୍କୁ ସଭାପତି, ସରୋଜ କୁମାର ଡାଙ୍ଗକୁ ସଂପାଦକ ଓ ଆନନ୍ଦ କର୍ମୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଆଗାମୀ ବୈଠକରେ ଏହାର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ସର୍ବାଧିକ ସଂଖ୍ୟାରେ ପୁଇଁନ୍ତଲା ବ୍ଲକରେ ଡୁମାଲ ଜାତିର ଲୋକ ରହୁଥିବାରୁ ଏହାର ପରିବାର ସର୍ଭେ ଓ ଜନଗଣନା କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଉପଦେଷ୍ଟା କମିଟିରେ ବିଧୁ ଭୂଷଣ ଡାଙ୍ଗ, କେଶବ କରନ ଓ ନିରୋଜ ଥାଟିଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ପୁଇଁନ୍ତଲା ବ୍ଲକର ସମସ୍ତ ଅଞ୍ଚଳରୁ କର୍ମକର୍ତ୍ତା ଯୋଗଦାନ କରିଥିଲେ । କୈଳାସ ମେଶ୍ୱା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.