ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଂଚାୟତର ଢେପ ଗୁଡାର ନର୍ସରୀ ଠାରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ନାଗେଶ୍ୱରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ରାଜ୍ୟ ଉପସଭାପତି ସନତ୍ତ କୁମାର ପ୍ରହରାଜ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ବିଷୋୟୀ, ଜିଲ୍ଲା ଉପସଭାପତି ଗୋପୀନାଥ ମହାନ୍ତି, ମୋହନ ମଧୁସୂଦନ ବାଘ ଯୋଗ ଦେଇଥିଲେ । ଗୋପୀନାଥ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । କେତେକ ଶିକ୍ଷକମାନେ ବ୍ଲକର ଉପରିସ୍ଥ ଅଧିକାରୀଙ୍କଠାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ରାଜ୍ୟ ଉପସଭାପତି ଓ ଜିଲ୍ଲା ସଂଘର ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନଙ୍କୁ ଜଣାଇଥିଲେ । ଯେଉଁ ଶିକ୍ଷକମାନଙ୍କର ଯେ କୌଣସି ଅସୁବିଧାର ସମ୍ମୁଖିନ ହେଉଛନ୍ତି ତୁରନ୍ତ ଜିଲ୍ଲା କମିଟିକୁ ବ୍ଲକ ସଂଘ ଚିଠି ମାଧ୍ୟମରେ ଜଣାଇବାକୁ ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ତ୍ରିପାଠୀ କହିଛନ୍ତି । କୋଷାଗୁମୁଡ଼ା ବ୍ଲକର କେତେକ ଶିକ୍ଷକଙ୍କ ୧୫ ଦିନ ଭିତରେ ସମାଧାନ ନ ହୁଏ ତାହା ହେଲେ ବିଇଓ ଅପିସକୁ ଘେରାଉ କରାଯିବ ବୋଲି କହିଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀରେ ୧୦ଟି ବ୍ଲକର ବ୍ଲକ ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.