
ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଂଚାୟତର ଢେପ ଗୁଡାର ନର୍ସରୀ ଠାରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ନାଗେଶ୍ୱରୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ରାଜ୍ୟ ଉପସଭାପତି ସନତ୍ତ କୁମାର ପ୍ରହରାଜ ଯୋଗଦେଇ ଥିଲେ । ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ବିଷୋୟୀ, ଜିଲ୍ଲା ଉପସଭାପତି ଗୋପୀନାଥ ମହାନ୍ତି, ମୋହନ ମଧୁସୂଦନ ବାଘ ଯୋଗ ଦେଇଥିଲେ । ଗୋପୀନାଥ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।