centurian jitm

ଜିଲ୍ଲା ଉତ୍କଳ କନ୍ଧ ସମାଜର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

nschool

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ସଦରଠାରେ ଥିବା ଯାଦବ ଭବନରେ ଜିଲ୍ଲା ଉତ୍କଳ କନ୍ଧ ସମାଜର ବଲାଙ୍ଗିର ଜିଲ୍ଲା ସଭାପତି ବିରଂଚି ଭୋଇଙ୍କ ସଭାପତିତ୍ୱରେ ଜିଲ୍ଲା କମିଟିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କମିଟିର ସଭାପତି ଚିନ୍ତାମଣୀ ଭୋଇ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଏସ୍‌ଟି ସ୍କୁଲର ପ୍ରିନ୍ସିପାଲ ଯୁବରାଜ ମାଝୀ, କେନ୍ଦ୍ର କମିଟି ସଭ୍ୟା ଗୀତାଞ୍ଜଳି ଭୋଇ, ବଲ୍ଲବୀ ଭୋଇ, ଲବଣୀ ମାଝୀ, କେନ୍ଦ୍ର କମିଟି ସଭ୍ୟ ସମ୍ପଦ ଭୋଇ, ଉପେନ୍ଦ୍ର ଭୋଇ, କେନ୍ଦ୍ର କମିଟି ସମ୍ପାଦକ ପ୍ରଦୀପ କୁମାର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କନ୍ଧ ଜାତିରେ ଶିକ୍ଷା, ସଂସ୍କୃତି, ରିତୀନୀତି, ଜଳ, ଜମି, ଜଙ୍ଗଲ, ପ୍ରଥା ଓ ପରମ୍ପରାକୁ କିପରି ଭାବେ ବଜାୟ ରହିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଂଗଠନକୁ କିପରି ଭାବେ ମଜବୁତ କରାଯାଇ ପାରିବ ସେ ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉତ୍କଳ କନ୍ଧ ସମାଜର ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ସମ୍ପାଦକ ସାଧୁରାମ ମାଝୀ, କୋଷାଧ୍ୟକ୍ଷ ରୋହିତ ଜାନୀ ଯୋଗ ଦେଇଥିଲେ । ଏଥିରେ ମାଝୀ ପ୍ରଗଣା ସଭାପତି ପ୍ରହଲ୍ଲାଦ ମାଝୀ, ଶିକା ପ୍ରଗଣା ସଭାପତି ପ୍ରେମାନନ୍ଦ ଭୋଇ, ପ୍ରଧାନୀ ପ୍ରଗଣାର ସଭାପତି ଘନଶ୍ୟାମ ପ୍ରଧାନୀ, ଉପସଭାପତି ମଧୁସୁଦନ ଭୋଇ, ଠୁଟି ବୁଡୁକା ପ୍ରଗଣା ସଭାପତି ଚକ୍ରଧର ଜାନୀ, ଘୁନସର ମାଝୀ ପ୍ରଗଣା ସଭାପତି ଲେକୃସିଂ ମାଝୀ, ଲର୍କିପାଲି ଜାନୀ ପ୍ରଗଣା ସଭାପତି ଦାଶରଥୀ ଭୋଇ, ବେଳଗାଁ ପଂଚାୟତ ସଭାପତି ତୁଲ ମାଝୀ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ କେନ୍ଦ୍ର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.