oom

୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୩ ପ୍ରସ୍ତୁତି ବୈଠକ

jsmm
  • ଜାନୁଆରୀ ୧୩ରେ ଟାଉନ ହଲ୍‌ରେ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୧ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୩ର ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ତା.୧୩.୦୧.୨୦୨୩ ଶୁକ୍ରବାର ଦିନ ସ୍ଥାନୀୟ ଟାଉନ ହଲ୍‌ ଠାରେ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୩ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଥିଲା । ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ୧୧.୦୧.୨୦୨୩ ସୁଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ଲକସ୍ତରୀୟ ଉତ୍ସବ ସମାପନ କରି ଯୋଗ୍ୟ ପ୍ରତିଯୋଗୀମାନଙ୍କ ତାଲିକା ଉପଖଣ୍ଡକୁ ପ୍ରଦାନ କରିବେ । ବୈଠକରେ ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟ ଓ ଲୋକ ନାଟକ ପ୍ରତିଯୋଗିତା ପାଇଁ ବିଚାରକ ମଣ୍ଡଳୀ ପକ୍ଷରୁ ସ୍ଥିରିକୃତ ହୋଇଥିଲା । ନିର୍ଦ୍ଧାରିତ କରାଗଲା ଯେ, ଚଳିତ ବର୍ଷ ମଧ୍ୟ ବିଗତ ଉତ୍ସବ ଭଳି ଦୁଇ ଜଣ ସୁନାମଧନ୍ୟ କଳାକାରଙ୍କୁ ଉପଖଣ୍ଡସ୍ତରୀୟ କଳାକାର ସମ୍ମାନ ଦିଆଯିବ । ଉପଖଣ୍ଡସ୍ତରୀୟ ଲୋକ ଉତ୍ସବର ସୁପରିଚାଳନା ନିମନ୍ତେ ରିସେପ୍‌ସନ କମିଟି, ଷ୍ଟେଜ କମିଟି, ଫୁଡ କମିଟି ଓ ମିସ୍‌ଲାନିୟସ କମିଟି ଗଠନ କରାଯାଇଥିଲା । ଉପଖଣ୍ଡସ୍ତରୀୟ ଲୋକ ଉତ୍ସବର ପ୍ରତିଯୋଗିତାମାନଙ୍କରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ ଲୋକ ଉତ୍ସବରେ ପ୍ରଦର୍ଶନ ପାଇଁ ପ୍ରେରଣ କରାଯିବ । ବୈଠକରେ ଡ. ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସନାତନ ଠାକୁର, ବାସୁଦେବ ମେହେର, ବାସୁଦେବ ବେହେରା, ବାସୁଦେବ ନାଗ, ମୁରଲିଧାରି ପତି, ଗୌର କିଶୋର ମହାପାତ୍ର, ମଧୁସୁଦନ ନାୟକ, ଗୋପାଳ ପଧାନ, ପ୍ରଶାନ୍ତ ମହାକୁର, ବ୍ରହ୍ମାନନ୍ଦ ବନଛୋର, ସତ୍ୟବାଦୀ ନାଏକ, ଭକ୍ତ ନାଏକ, ସୁଶାନ୍ତ ଚୋପଦାର, ସିଦ୍ଧେଶ୍ଵର ମିଶ୍ର, ଶିବ ପ୍ରସାଦ ସାହୁଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୈଠକରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.