ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବାର୍ଷିକ ବୈଠକ କଦଳୀମୁଣ୍ଡା ନର୍ସରୀ ଠାରେ କାର୍ଯ୍ୟକାରୀ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଂଚାନନ ସେଠ ବାର୍ଷିକ ବିବରଣୀ ପାଠ କରିଥିଲେ । ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ବରିଷ୍ଠ ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ପ୍ରସ୍ତାବ ଦେଇଥିଲେ । ଏହି ସଭାରେ ବରିଷ୍ଠ ସଭ୍ୟ ଆକୁଳ ବେହେରା, ବାସୁଦେବ ନାଗ, ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, ସରୋଜ ଦାଶ, ନିତ୍ୟାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଉପସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post