jayashree

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ବିଷତ ପଡାର ନାଳ ନର୍ଦ୍ଦମା ଗୁଡିକ ମାସ ମାସ ଧରି ସଫେଇ କରାଯାଉ ନ ଥିବାରୁ ପରିବେଶ ଦୂଷିତ ହେଉଛି ଓ ମଶାଙ୍କ ପ୍ରାଦ୍ୟୁଭାବ ବୃଦ୍ଧି ପାଇ ପଡାର ଅନେକ ଲୋକ ରୋଗରେ ପୀଡିତ ହେଉଛନ୍ତି । ଏଣୁ ନାଳ ନର୍ଦ୍ଦମା ଗୁଡିକ ଶୀଘ୍ର ସଫେଇ କରାଯିବା ପାଇଁ ବଲାଙ୍ଗିର ପୌର ପାଳିକାଙ୍କ ସହିତ ପତ୍ରାଳାପ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତିତ ପଡାର ରାସ୍ତା ଗୁଡିକ ଖରାପ ହୋଇ ପଡିଥିବାରୁ ଲୋକେ ନାନା ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହି ରାସ୍ତା ଗୁଡିକ ଶୀଘ୍ର ମରାମତି କରାଯିବାକୁ ପୌର ପାଳିକାଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତିତ ମାଲପଡା ସ୍କୁଲର ଘର ଗୁଡିକ ଭାଙ୍ଗି ଯାଇଥିବାରୁ ତାକୁ ଶୀଘ୍ର ନିର୍ମାଣ କରାଯିବା ପାଇଁ ଉଚ୍ଚ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏହା ବ୍ୟତିତ ମାଲପଡା ସ୍କୁଲ କାନ୍ଥକୁ ଲାଗି ରହିଥିବା ବିଶାଳ ପିପ୍ପଳ ବୃକ୍ଷକୁ ଶୀଘ୍ର କାଟିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ସଭାରେ ସଂଘର ଉପଦେଷ୍ଟା ତରୁଣ କୁମାର ମିଶ୍ର, ଉପସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ପଂଚାନନ ସେଠ, ବସୁଦେବ ନାଗ, ଆକୁଳ ବେହେରା, ଦିବାକର ହୋତା, ଦିବ୍ୟଜ୍ୟୋତି ଯୋଷୀ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଦୟାସାଗର ବଗର୍ତ୍ତୀ ଆଦି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.