oum

ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜର ବୈଠକ ସେନବାରୁ ମୁଗୁରିଙ୍କ ସଭାପତିତ୍ବରେ କଲ୍ୟାଣ ମଣ୍ଡପ, ମାଣ୍ଡୋସିଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଜା ଅର୍ଚ୍ଚନା କରି ପରିଚୟ ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ପଞ୍ଚାୟତ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଲଲିତ ଜଗତ, ଉପସଭାପତି ନିଶାମଣି ମହାନନ୍ଦ, ସମ୍ପାଦକ ସଙ୍କର୍ଷଣ କନ୍ଦେର, ସହ ସମ୍ପାଦକ ଗଜିନ ବାଗ, କୋଷାଧକ୍ଷ ହରିହର ତାଣ୍ଡି, ସହ କୋଷାଧ୍ୟକ୍ଷ ରାଜେଶ ମହାନନ୍ଦ ଓ ଚପରାସି ବାଲେକ ରାମ ବେନିଆ, ଜଳଧର ହିଆଲ, ଦୁଲପ ହରିପାଲ୍, ଯୁଧିଷ୍ଠିର ବିଭାର, ଉଦେ ତାଣ୍ଡି ଓ ମାଧବ ମହାନନ୍ଦଙ୍କୁ ଉପସ୍ଥିତ ସମସ୍ତଙ୍କର ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ପାଣ୍ଠି ବିଷୟରେ ଆଲୋଚନା କରି ପ୍ରତ୍ୟେକ ଘର ମାସରେ ୧୦ ଟଙ୍କା ଦେବା ପାଇଁ ପ୍ରସ୍ତାବ ନିଆଯାଇ ସମାଜର ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ଲବ ବାଗ, ଗୋପବନ୍ଧୁ କନ୍ଦେର, ହରି ଭରାସାଗର, ସୁରେନ୍ଦ୍ର ଜଗତ, ଭଗବାନ ଭରାସାଗର, ବିରେନ୍ଦ୍ର ଜଗତ, ମୁକ୍ତି କୁମ୍ଭାର, ଲକ୍ଷ୍ମଣ ବିଭାର, ଗୋବର୍ଦ୍ଧନ ମହାନନ୍ଦ, କେଶବ ହିଁଆଲ । ଶେଷରେ ରାଜେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.