ppurohit

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳର ଜରୁରୀ କାର୍ଯ୍ୟକାରିଣୀ ବୈଠକ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ ଜରୁରୀ କାର୍ଯ୍ୟକାରିଣୀ ବୈଠକ ସଂଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଜିକାର ବୈଠକରେ ସଂପାଦକ ମଲିଆ ଗଡୁଆ ଆସନ୍ତା ରବିବାର ତା.୨୧.୦୮.୨୦୨୨ ରିଖରେ ହେବାକୁ ଥିବା ସମ୍ବର୍ଦ୍ଧନା ତଥା ସାଧାରଣ ବୈଠକ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରତ୍ୟେକ ସଭ୍ୟଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ଉପଲକ୍ଷେ ଉପସ୍ଥିତ ପ୍ରତ୍ୟେକ ସଭ୍ୟ ତ୍ରିରଙ୍ଗା ଜାତୀୟ ପତାକା ଧରି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଜୀବନ କରନ ଏବଂ ବୃନ୍ଦାବନ ମହାକୁର, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, କାର୍ଯ୍ୟକାରିଣୀ ସଭ୍ୟ ଦିନବନ୍ଧୁ ଡାଙ୍ଗ, ପଲଉ ଚଉଲିଆ, ବୁଡୁ କରନ, ଭିକାରି ଚରଣ କର୍ମୀ, ମାହେଶ୍ୱରୀ ସେନାର ପାର୍ଥ କୁମାର କର୍ଣ୍ଣ, ସୁରେଶ ଚନ୍ଦ୍ର କମ୍ପ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଭିକାରୀ ଚରଣ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.