ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସେବା ସମବାୟ ସମିତିର ପ୍ରଥମ ବୈଠକ ସୋମବାର ବାରବାଟି ସ୍ଥିତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସମିତି ସଭାପତି ଚିତ୍ରସେନ ନିଶଂକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବୋର୍ଡ ସଦସ୍ୟ ଯୋଗ ଦେଇଥିଲେ । ଏଥିରେ ସମିତିର ନିଜସ୍ଵ ଗୃହ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବା, ଚାଷୀଙ୍କ ପାଇଁ ମଣ୍ଡିର ସୁବ୍ୟବସ୍ଥା କରିବା, ଋଣ ନେଇ ଋଣ ସୁଝିନଥିବା ଚାଷୀଙ୍କୁ ନୋଟିସ କରିବା ନେଇ ଆଲୋଚନା ହୋଇଥିଲା । ବିହନ ଧାନ ଗଜା ହେଉନଥିବା ନେଇ କେତେକ ଚାଷୀ ଅଭିଯୋଗ କରିଥିଲେ । ସମିତିର ସମ୍ପାଦକ ଦୀପକ କୁମାର ପରିଡା ଓ ଆସିଷ୍ଟାଣ୍ଟ ପ୍ରକାଶ ଧାଉଡିଆ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜକିଶୋର ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ ।