ଜିଲ୍ଲା ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜର କାର୍ଯ୍ୟକାରିଣୀ ବୈଠକ କନ୍ଦାଜୁରୀ ମାହେଶ୍ୱରୀ ମନ୍ଦିରଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟିକୁ କନ୍ଦାଜୁରୀ କେନ୍ଦ୍ରର ସଭାପତି କୁଞ୍ଚୁ ମେର୍ଲି ଓ ସଂପାଦକ ଡାକ୍ତର ଥାଟୀ ତଥା ଅନ୍ୟ ଗ୍ରାମବାସୀ ଜାତି ଭାଇ ବୃନ୍ଦଙ୍କ ସହାୟତାରେ ଆୟୋଜନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀର ସକ୍ରିୟ ସଭ୍ୟ ମଲିଆ ଗଡୁଆ ସଭା ସଂଯୋଜନା କରିଥିଲେ । ଆଜିକାର ବୈଠକରେ ଜିଲ୍ଲା ପଂପାଦକ ଇନ୍ଦ୍ରମଣି ବାରିକ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଚକାନନ୍ଦ କମ୍ପ ଓ ପୂର୍ଣ୍ଣଚନ୍ଦ୍ର ଖମାରୀ, କାର୍ଯ୍ୟକାରିଣୀର ସଭ୍ୟ ଦୟାନିଧି ଖମାରୀ, ମୀନକେତନ ଡାଙ୍ଗ, ସଂଜୟ ମହାକୁର, ଶଙ୍କର୍ଷନ ଭୋଇ, ନାରାୟଣ କମ୍ପ, ମଧୁସୁଦନ କ୍ଷେତି, ସୁବଳ ଖମାରୀ, ବ୍ରାହ୍ମଣୀଡୁଙ୍ଗୁରୀର ସଭାପତି ବୃଷବ ଦନ୍ତା, ପାଣ୍ଡିରିଡୁଙ୍ଗୁରିର ସଭାପତି ଶଶୀଭୂଷଣ ମହାକୁର ଓ ସଂପାଦକ କବିରାଜ ପଧାନ, ଯୋଗିସର୍ଡା କେନ୍ଦ୍ରର ସଭାପତି ନାରାୟଣ ପଧାନ, ସିନ୍ଦୁରବାହାଲ କେନ୍ଦ୍ରର ସଭାପତି ଆନନ୍ଦ ଡାଙ୍ଗ, କନ୍ଦାଜୁରୀ ଗ୍ରାମ୍ୟ କମିଟିର ସଭାପତି ରାଧେଶ୍ୟାମ ଖମାରୀ ଓ ସଂପାଦକ ରାଜେଶ ପଧାନ, ସରୋଜ କୁମାର ମେଶ୍ୱା ଯୁବ ନେତା ତଥା ପୂର୍ବତନ ସରପଞ୍ଚ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ କନ୍ଦାଜୁରୀ ଅଂଚଳ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମର ଡୁମାଲ ପରିବାରର ପରିସଂଖ୍ୟାନ (ଜନ ଗଣନା) କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଆଗାମୀ ଦିନରେ ଅନ୍ୟ ସମସ୍ତ କେନ୍ଦ୍ର ଅଧିନରେ ଥିବା ସମସ୍ତ ଗ୍ରାମର ପ୍ରତ୍ୟେକ ପରିବାରର ଜନଗଣନା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଉତ୍ତମ ସଂଗଠନ ଓ ଡୁମାଲ ସମାଜର ବିକାଶ ନିମିତ୍ତ ପ୍ରତ୍ୟେକ କେନ୍ଦ୍ରରେ ଯୁବକମାନଙ୍କୁ ନେଇ ଏକ ଯୁବ ସଂଗଠନ ଗଢିବା ପାଇଁ ଏହି କେନ୍ଦ୍ରରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପରିଶେଷରେ ଶଙ୍କର୍ଷଣ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.