oom

ଜିଲ୍ଲା ଦଳିତ ବିକାଶ ମଞ୍ଚର ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଡୁଙ୍ଗୁରୀପଡାରେ ନଟରାଜ ନାଗଙ୍କ ପୌରାହିତ୍ୟରେ ଜିଲ୍ଲା ଦଳିତ ବିକାଶ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ଅନୁଷ୍ଠାନଟି ଦଳିତ ସମାଜର ବିକାଶ ସାଧନ ନିମନ୍ତେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ପଞ୍ଜିକୃତ ହୋଇ ପାରିନଥିଲା । ତେବେ ଗତ ୩୦/୬/୨୨ ତାରିଖରେ ଉକ୍ତ ଅନୁଷ୍ଠାନଟି ନଂ ୭୧୫୦/୨୦୨୨ରେ ପଞ୍ଜିକୃତ ହୋଇଥିବାରୁ ସଭାପତି ନଟରାଜ ନାଗ ଓ ବରିଷ୍ଠ ସଭ୍ୟ ଭୁବନ ନାଗଙ୍କୁ ସଭାରେ ଧନ୍ୟବାଦ ଦିଆଯାଇଥିଲା । ଆସନ୍ତା ତା ୨୪/ ୭/୨୨ ରିଖ ରବିବାର ଦିନ ଏହାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ମନୋନୟନ କରାଯିବାକୁ ଉକ୍ତ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଗଲା । ଅନୁଷ୍ଠାନରେ ବରିଷ୍ଠ ସଭ୍ୟ ହାଡୁ ବାରିକଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିବା ଯୋଗୁଁ ତାଙ୍କୁ ଅନୁଷ୍ଠାନ ତରଫରୁ ୨୦ ହଜାର ଟଙ୍କା ଆର୍ଥିକ ସାହାର୍ଯ୍ୟ କରାଯାଇଥିବାରୁ ସଭାରେ ଆନନ୍ଦ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ସଭ୍ୟ ଘନଶ୍ୟାମ ମହାନନ୍ଦ, ବିପିନ ନନ୍ଦ, ମୁରଲୀଧର ସୁନା, ଦଣ୍ଡୁଆ କୁମ୍ଭାର, ଜୁଗଲାଲ ଜଗଦଲା, ଲୋକନାଥ ସୁନା, ନେପାଲ ବାଗ୍‌, ବୃନ୍ଦାବନ ନାଗ, ନୀଳକଣ୍ଠ ସୁନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଶେଷରେ ନେପାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.