oom

ଜିଲ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ କମିଟି ବୈଠକ

jsmm
  • ସେପ୍ଟେମ୍ବର ୪ରୁ ଜିଲ୍ଲା ଫୁଟବଲ ଲିଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀଷ୍ଟାଡିୟମର କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା କ୍ରୀଡାସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ଡ. ପ୍ରହ୍ଳାଦ ଶତପଥୀ, ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଫୁଟବଲ ସମ୍ପାଦକ ହେମନ୍ତ ବେହେରା, ଗ୍ରାମ୍ୟକ୍ରୀଡା ଓ ମହିଳା ମହୋତ୍ସବ ସମ୍ପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଭ୍ୟ ରାଜେନ୍ଦ୍ର ପୁରୋହିତ, ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ଦ୍ୱାରିକା ପଣ୍ଡା, ଜୟରାମ ମିଶ୍ର, ଶିଶିର ବହିଦାର, ବିଜୟ ବନ୍‌ସଲ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟମୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ସମ୍ପାଦକ ଶ୍ରୀ ପୂଜାରୀ ଚଳିତ କ୍ରୀଡାବର୍ଷରେ ଯେଉଁସବୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ହେବ ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଓ ସର୍ବସମ୍ମତିରେ ତାହା ଗୃହୀତ ହେଲା । ଆଗାମୀ ସେପ୍ଟେମ୍ବର -୪ ତାରିଖରୁ ଜିଲ୍ଲା ଫୁଟବଲ ଲିଗ୍‌, ତା.୧୮/୦୯/୨୦୨୨ରିଖରୁ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ, ବାଳକ ସିନିୟର, ଜୁନିୟର କ୍ରିକେଟ ଓ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ପର୍ଯ୍ୟାୟ କ୍ରମେ ଖୋଖୋ, କବାଡି, ଭଲିବଲ, ଗ୍ରାମ୍ୟ କ୍ରୀଡା ମହିଳା ମହୋତ୍ସବ ପ୍ରଭୃତି ଅୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସଂଘ ସୂତ୍ରରୁ ପ୍ରକାଶ ପାଇଛି । ପୁନଶ୍ଚ ପ୍ରତିବର୍ଷ ପରି ଡିସେମ୍ବର ମାସରେ ଜିଲ୍ଲା ଓପନ୍‌ ଆଥ୍‌ଲେଟିକ୍‌ ମିଟ୍‌ ଆୟୋଜନ କରିବା ସଂଗେ ସଂଗେ ଜିଲ୍ଲାରେ ଆୟୋଜିତ ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରିଆସିଥିବା କୃତି ଖେଳାଳୀ ଓ କ୍ରୀଡାବିତଙ୍କୁ ମାର୍ଚ୍ଚ ୨୦୨୩ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବାର ସିଦ୍ଧାନ୍ତ ନିଆଯାଇଥିବା ସଂଘ ସମ୍ପାଦକଙ୍କ ଠାରୁ ଜଣାପଡ଼ିଛି । ଶେଷରେ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.