oom

ବଡମାଳର ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘର ନୂତନ କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୋଲାବାରୁଦ କାରଖାନା, ବଡମାଳଠାରେ କାର୍ଯ୍ୟରତ ମଜଦୁରମାନଙ୍କ ପକ୍ଷରୁ ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଲାବାରୁଦ କାରଖାନାର ସମସ୍ତ ଭାରତୀୟ ପତିରକ୍ଷା ମଜଦୁର ସଂଘର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କ ସଂଘର ପେଟ୍ରନ ଅରୁନ ପଟେଲ ଓ ସଭାପତି ହରିହର ସିଂଙ୍କ ନେତୃତ୍ୱରେ ଗତ ତିନି ବର୍ଷରୁ କାର୍ଯ୍ୟରତ କମିଟିକୁ ଭଙ୍ଗ କରି ୪୨ ଜଣ ନୂତନ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ପକ୍ଷରୁ ଆସନ୍ତା ତିନି ବର୍ଷ ସମସ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କୁ କାରଖାନାର ନିୟମ ଅନୁସାରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଅରୁଣ ସାହୁ, ମଜଦୁର ସଂଘର ରବିନାରାୟଣ ମିଶ୍ର, ସନ୍ତୋଷ ପଧାନୀ ଓ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଫିରୋଜ ସାହୁ ଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଅଭିଭାଷଣ ଦେଇ ଉତ୍ସାହିତ କରିଥିଲେ ଏବଂ କାରଖାନାର ମୁଖ୍ୟ ସଦସ୍ୟ ଭାବେ ପେଟ୍ରନ ଅରୁନ ପଟେଲ, ସଭାପତି ହରିହର ସିଂ, ଉପସଭାପତି ରଣା, ସାଧାରଣ ସମ୍ପାଦକ ବିଶ୍ୱାମ୍ବର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସାତଦଳ ବେହେରା, ଅତିରିକ୍ତ ସମ୍ପାଦକ ରବିନ୍ଦ୍ର ରଣା ପ୍ରମୁଖ ମୁଖ୍ୟ ଦାୟିତ୍ଵ ନେଇ ସଭାକୁ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.