oom

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର କାର୍ଯ୍ୟକାରୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଦିବାସୀମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ସମସ୍ତ ଆଦିବାସୀ ଏକଜୁଟ ହୋଇ କାର୍ଯ୍ୟ କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ ପାଇଁ ସଂଗ୍ରାମ ଜାରି ରଖିବା, ନକଲି ଆଦିବାସୀମାନଙ୍କ ଜାଲ ଜାତି ପ୍ରମାଣପତ୍ର ରଦ୍ଧ କରିବା, ଅଣଆଦିବାସୀମାନଙ୍କ କବଜାରେ ଥିବା ଆଦିବାସୀ ଫେରସ୍ତ, ଆଦିବାସୀ ଜଙ୍ଗଲ ଜନ ଅଧିକାର ସ୍ୱୀକୃତି ଅନୁସାରେ ଦାବୀଦାରମାନଙ୍କୁ ପଟ୍ଟା ପ୍ରଦାନ, ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ ଭଳିଆ ଶିକ୍ଷାନୁଷ୍ଠାନରେ ୨୨.୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା, ଆଦିବାସୀ ସେବାଶ୍ରମ, କନ୍ୟାଶ୍ରମ, ଆଶ୍ରମ ସ୍କୁଲ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବାକୁ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ସରକାରଙ୍କ ଆଦିବାସୀ ସଶକ୍ତିକରଣ ଯୋଜନାରେ ସମସ୍ତ ଆଦିବାସୀମାନଙ୍କୁ ସାମିଲ କରି ଆଦିବାସୀ ସମାଜର ଅର୍ଥନୈତିକ ବିକାଶ କରିବା ସହ ଆଦିବାସୀମାନଙ୍କୁ ପ୍ରଗତିଶୀଳ ଓଡିଶାରେ ସାମିଲ କରିବାକୁ ଆହ୍ୱାନ କରାଯାଇଥିଲା । ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ସଭାପତି ଶ୍ୟାମ ସୁନ୍ଦର ଭୋଇ, ସୋନପୁର ଜିଲ୍ଲା ସଭାପତି ଯୋଗେନ୍ଦ୍ର ଭୋଇ, ବରଗଡ ସଭାପତି କୁଞ୍ଜ ବିହାରୀ ଭୋଇ, ନୂଆପଡା ସାଧାରଣ ସଂପାଦକ ବାଳକୃଷ୍ଣ ଶବର, କଳାହାଣ୍ଡି ଜିଲ୍ଲା ସଭାପତି ପରମାନନ୍ଦ ମାଝି, ନୂଆପଡା କାର୍ଯ୍ୟକାରୀ ଜିଲ୍ଲା ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ଶ୍ୟାମ ସୁନ୍ଦର ପ୍ରଧାନ, ବିରମହାରାଜପୁର ବ୍ଲକ ସଭପତି, ସତ୍ୟନାରାୟଣ ଭୋଇ, ଅଚ୍ୟୁତ ପ୍ରଧାନ, ଜିଲ୍ଲା ସଂପାଦକ, ଗୁପ୍ତେଶ୍ୱର ମଲ୍ଲିକ ସୋନପୁର ସଂପାଦକ, ପ୍ରଫୁଲ୍ଲ ତୁମନିଆ, ଅଷ୍ଟରତ୍ନ ବରିହା, ଥବିର ପୂଜାରୀ, ଘାସିରାମ ମାଝି, ସୁନିଲ ମାଝି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବା ପାଇଁ ବଳଦେବ ଭୋଇ, ସନ୍ତୋଷ ପୁଟା, ମହେଶ୍ୱରୀ ମାଝୀ, ଖେଳନ୍ତି ସମରଥ, କପୁରଚନ ଭୋଇ, ନିମାଇଁ ଝାଙ୍କର, ଅର୍ଜୁନ ଧରୁଆ, ନିରଞ୍ଜନ ମାଝୀ, ପ୍ରଫୁଲ୍ଲ ତୁମୁନିଆ, ମଧୁ ବିଶ୍ୱାଲ, ବଳଭଦ୍ର କୁଅଁର, ବିପର ବିଶି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.