jayashree

ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର କାଯ୍ୟକାରିଣୀ ବୈଠକ : ସଂଘକୁ ଦୁର୍ବଳ କରିବାର ଅପଚେଷ୍ଟା କରାଯାଉଛି, ଦାବୀ ପୂରଣ ନହେଲେ ଆମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଏକ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଯଦି ଆଗମୀ ଦିନରେ ତାଙ୍କର ମନୋଭାବରେ ପରିବର୍ତନ କରି ସଂଘର ୫ ଦଫା ଦାବୀ ଯଥା ସାଥୀ ହୃଶିକେଶ ପାତ୍ରଙ୍କ ନିଃସର୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର, ୧୯୮୨ ଅନୁକମ୍ପା ଭିତିକ ନିୟମ ଅନୁଯାୟୀ ୪ଗୋଟି ବାକି ଥିବା ନିଯୁକ୍ତି, ନିଯୁକ୍ତି ତାରିଖ ଠାରୁ ସ୍ଥାୟୀ କର୍ମଚାରୀ ମାନ୍ୟତା, ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ଅସ୍ଥାୟୀ ବ୍ୟାଙ୍କ କର୍ମଚାରୀ ମାନ୍ୟତ, ସମସ୍ତଙ୍କୁ ସିଙ୍ଗଲ ୱିନଡୋ ଅପରେଟର ବି’ ଭତା ପ୍ରଦାନ ନ କରନ୍ତି ତେବେ ସଂଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ସମଗ୍ର ୧୭ଟି ଜିଲ୍ଲାରେ କାର୍ୟ୍ୟରତ ୪୪୫ଟି ଶାଖାକୁ ଅଚଳ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଆହୁରି ଦାବୀ ପୂରଣ ଉଦ୍ଦେଶ୍ୟରେ ମୁଖ୍ୟ କାର୍ୟ୍ୟାଳୟ ସମ୍ମୁଖରେ ସଂଘର ସାଧାରଣ ସଂପାଦକ ଓ ଅନ୍ୟାନ୍ୟ କର୍ମକର୍ତା ଆମରଣ ଅନଶନରେ ବସିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ତାଛଡା କୋର କମିଟି ପୁଲିନ୍ ମିଶ୍ରଙ୍କୁ ଦିଆଯାଇଥିବା ଆର୍ଥିକ ସାହାଯ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସଭାପତି ଶ୍ରୀ ମିଶ୍ରଙ୍କ ସମୟୋପଯୋଗୀ ନିଷ୍ପତିକୁ ଅନୁମୋଦନ କରାଯାଇଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ କରି ସାଧାରଣ ସଂପାଦକ ଶ୍ରୀ ମିଶ୍ରଙ୍କ ଭାବମୁର୍ତ୍ତୀକୁ ଧୂମିଳ କରିବା ସହିତ ସଂଘର ଏକତା ଓ ସଂଘୀୟ ମନୋଭାବକୁ ଦୁର୍ବଳ କରିବାର ଅପଚେଷ୍ଟା କରିଥିବା କୁହାଯାଇଛି । ସେହି ବ୍ୟକ୍ତି ମାନେ ବିଗତ ଦିନରେ ମଧ୍ୟ ସଂଘ ବିରୋଧୀ କାର୍ୟ୍ୟରେ ଲିପ୍ତ ରହି ସଂଘକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିଲେ । ବର୍ତମାନ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣି କର୍ମଚାରୀ ମାନଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରି ସଂଘକୁ ଦୁର୍ବଳ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ତେବେ ସଂଘର ସମସ୍ତ କର୍ମକର୍ତା ଏକତ୍ରିତ ହୋଇ ଏପରି ଅପପ୍ରଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ । ସେହିପରି ଯେଉଁମାନେ ଏପରି ଅପପ୍ରଚାରରେ ଲିପ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପାଦକ ଶ୍ରୀ ପୁଲିନ୍ ମିଶ୍ରଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଛନ୍ତି । ଆଜିର ଏହି ବୈଠକରେ ଓଡିଶା ର ୧୭ଟି ଜିଲ୍ଲାରେ ବିଭିନ୍ନ ପଦ ପଦବୀରେ ଥିବା ୬୦ରୁ ଉର୍ଦ୍ଧ୍ୱ ସଂଘର କର୍ମକର୍ତା ଅଂଶଗ୍ରହଣ କରିଥିଲେ । ଶେଷରେ ସଂଘର କାର୍ୟ୍ୟାଳୟ ସଂପାଦକ ଶ୍ରୀ ଅଭିଜିତ ଗଡତିଆ ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିବା ସୂଚନା ରହିଛି ।

Leave A Reply

Your email address will not be published.