oom

ମହାନଗର ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ ପାଇଁ କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ବାପୁଜୀ ଆଶ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏସ୍‌ସି, ଏସଟି ସେଲର ସଭାପତି ଅମିର୍‌ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟର ପ୍ରାର୍ଥୀ ମଞ୍ଜୁ ରଥ, ଜିଲ୍ଲା କଂଗ୍ରେସର ସମ୍ପାଦକ ଦଣ୍ଡପାଣି ପାତ୍ର, ଦଳର ମୁଖପାତ୍ର ରବି ରଥ, ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ବନଜା ପଣ୍ଡାଙ୍କ ସମେତ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ୱାର୍ଡର କର୍ପୋରେଟର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନ୍‌ଏସି ଓ ପୌର ସଂସ୍ଥାରେ ପ୍ରାର୍ଥୀମାନଙ୍କ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ଜେନା ମାର୍ଚ୍ଚ ୧୨ ତାରିଖ ଠାରୁ ଷ୍ଟାର କ୍ୟାମ୍ପେନିଂ ଭାବେ ସାରା ଜିଲ୍ଲାରେ ସଭା, ଶୋଭାଯାତ୍ରାରେ ଯୋଗଦେବେ । କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରଚାରକୁ ବ୍ୟାପକ କରାଯିବ । ଏହି ବୈଠକରେ ୨୫ନଂ ୱାର୍ଡର କଂଗ୍ରେସର କର୍ପୋରେଟର ପ୍ରାର୍ଥିନୀ ସନ୍ତୋଷିନୀ ଦାସଙ୍କୁ ଅପହରଣ କରାଯିବା ଘଟଣାର ସର୍ବସମ୍ମତିକ୍ରମେ ନିନ୍ଦା କରାଯାଇଥିଲା । ଉକ୍ତ ପ୍ରାର୍ଥିନୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବା ସହ କୌଣସି ପ୍ରକାର ଅଘଟଣ ଘଟିଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏସ୍‌ସି, ଏସଟି ସେଲର ଶ୍ରୀ ଭୂୟାଁ କହିଛନ୍ତି । କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ଏସ୍‌. ରାଣୀ, ମନୋଜ ମହାରଣା, ଲିଲି ବେହେରା, ଲତା ଦାସ, ସୁରେଶ ଚନ୍ଦ୍ର ବେହେରା, ତତ୍‌ସତ୍‌ ସୁବୁଦ୍ଧି, ବିକାଶ ମହାରଣା, ବବିତା ନାୟକ, ସବିତା ନାୟକଙ୍କ ସମେତ ସମସ୍ତ କର୍ପୋରେଟର ପ୍ରାର୍ଥୀ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ରଥ କହିଥିଲେ ଯେ ମହାନଗର ନିଗମରେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥି/ପ୍ରାର୍ଥିନୀଙ୍କ ସହ ଦଳର ଆଲୋଚନା ଜାରି ରହିଛି । ମୁଖ୍ୟତଃ ଦଳ ବ୍ରହ୍ମପୁର ସହରର ମୌଳିକ ସମସ୍ୟାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଜାରି ରଖିଛି ।

jittmm
Leave A Reply

Your email address will not be published.