ls

ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ ଅନୁ‌ଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଅଲ୍‌ ଓଡିଶା ଚିତ୍ରକଳା ଏସୋସିଆସନ ସମ୍ପାଦକ ରଞ୍ଜନ ମିଶ୍ର, ଜିଲ୍ଲା କମିଟିର ପରିଚାଳକ ତେଜରାଜ ସାହୁ. ବିଜେପୁରର ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେର ଓ ଗାଇସିଲେଟ ବ୍ଲକର ରାଜକିଶୋର ସାହୁ ତଥା ଗଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଭାବେ ବୋରାସମ୍ବର ଚିତ୍ରଶିଳ୍ପୀ ସଂଘର ଗଠନ କରାଯାଇଥିବା ସଭାପତି ଭାବରେ ଗଣପତି ବଗର୍ତ୍ତି ଉପସଭାପତି ନକୁଳ ଗିଙ୍ଗିରା, ସମ୍ପାଦକ ନରେନ୍ଦ୍ର ବରିହା ସହ ସମ୍ପାଦକ ଦିଲିପ ବାଗ କୋଷାଧ୍ୟକ୍ଷ, ସାନୁ ମେହେରଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ ଠିକ ଭାବରେ ନିଜକୁ କର୍ମ ନିୟୋଜନ କରି ପାରିବେ ଓ ରୋଜଗାର କରି ପାରିବେ, ସେ ଉପରେ ବୈଠକରେ ପ୍ରାଧାନ୍ୟ ଦିଆଯାଇଥିଲା । ସୁଦାମ, ରୋହିତ ମରହି, କେଦାର ପଣ୍ଡା, ଗଣେଶ ମେହେର, ରଞ୍ଜନ ବେହେରା ଆଦି ସମସ୍ତ ଚିତ୍ରଶିଳ୍ପୀ ଶେଷରେ ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କଲେ ।

pc pk
Leave A Reply

Your email address will not be published.