‘ଫାଇଭ୍‌ ଟି’ ଅନ୍ତର୍ଗତ ୮ଟି ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ୍‌ ଟି’ ସଚିବ ଭିକେ ପାଣ୍ଡିୟାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ପୂର୍ବାହ୍ନରେ ଭିଡ଼ିଓ କନଫରେନସିଂ ଜରିଆରେ ‘ଫାଇଭ୍‌ ଟି’ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦ୍ଦେର୍ଶକ ଜ୍ୟୋତି ଶଙ୍କର ମହାପାତ୍ର ସହ ଆଭାଷିରେ ଡେଲାଙ୍ଗ ବ୍ଲକ ସଭାଗୃହରେ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସହ ଦ୍ଵତୀୟ ପର୍ଯ୍ୟାୟରେ ‘ଫାଇଭ୍‌ ଟି’ ରୂପାନ୍ତରୀକରଣରେ ୮ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପରିଚାଳନା ସମିତି ସଦସ୍ୟ, ସ୍ଥାନୀୟ ସରପଞ୍ଚ ଓ ଛାତ୍ରଛାତ୍ରୀ ପ୍ରତିନିଧି ଓ ବ୍ଲକ ଶିକ୍ଷାଧୀକରୀ ଯୋଗଦେଇଥିଲେ । ବିଦ୍ୟାଳୟ ଭିତିଭୂମି, ସୁଦ୍ରୁଢିକରଣ, ବିଦ୍ୟାଳୟ, ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ଖେଳପଡିଆର ଉନ୍ନତି, ଖେଳ ଉପକରଣ, ଖେଳରେ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା । ‘ଫାଇଭ ଟି’ ସଚିବ ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ ସମସ୍ତେ ନିଷ୍ଠାର ସହ ଦାୟିତ୍ଵ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ୫ଟିରେ ରୂପାନ୍ତରୀକରଣ ବିଦ୍ୟାଳୟକୁ ତ୍ଵରାନିତ୍ଵ କରିବାପାଇଁ ରାଜ୍ୟ ସରକାର ୬ଟି ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଥିବା ନେଇ ସଚିବ ସୂଚନା ଦେଇଥିଲେ । ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରାଜେଶ୍ଵର ମହାରଣା, ଏବିଓ ଯୁଧିଷ୍ଠିର ପରିଡା, କନିଷ୍ଠଯନ୍ତ୍ରୀ ଶୁଭ୍ରାଯୀତ ପାଣି, ଜଗନ୍ନାଥ ରାଉତ, ମାନସ କୁମାର ନାୟକ, ଚିତ୍ରୋତ୍ପଳା ନାୟକ, ଚାଇଁପୁର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ସାଊରିଆ ସରପଞ୍ଚ କୁନିମଣି ରାଉତରାୟ, ଗଡମୋଟରି ସରପଞ୍ଚଙ୍କ ପ୍ରତିନିଧି ରମଣିରଞ୍ଜନ ଚମ୍ପତିରାୟ, ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତି ଉପାଧ୍ୟକ୍ଷା ଗିତାରାଣି ରଣଜିତ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳ, ସୁରେନ୍ଦ୍ର ସେଠୀ, ସଞ୍ଜୟ ଦାଶ ସମେତ ପ୍ରଧାନଶିକ୍ଷକ, ସରପଞ୍ଚ, ଛାତ୍ରଛାତ୍ରୀଙ୍କ ପ୍ରତିନିଧି, ଆଲୁମିନି ପ୍ରମୁଖ ୫ଟି ସଚିବ ସହ ଉଚ୍ଚ ରୂପାନ୍ତରୀକରଣ ସମ୍ପର୍କରେ ମତବିନିମୟ କରିଥିଲେ ।

Leave A Reply

Your email address will not be published.