ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କର୍ମଚାରୀ ସଂଘ ପକ୍ଷରୁ କଟକ ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ସତ୍ୟ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଗଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଅବିନାଶ ସାହୁ, ରାଜ୍ୟ ସାଂଗଠନିକ ସମ୍ପାଦକ ରଞ୍ଜିତ ଭଦ୍ରା, ରାଜ୍ୟ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପରିଡା ଉପସ୍ଥିତ ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଡି. ବୃନ୍ଦାଙ୍କୁ ସାକ୍ଷାତ କରି ଆମର ୩ ଦଫା ବିଶିଷ୍ଟ ସ୍ମାରକ ପତ୍ର ଦେବା ପାଇଁ ପ୍ରସ୍ତାବ ଗୃହୀତ କରାଗଲା । ଏହି ସ୍ମାରକପତ୍ରକୁ ଦେବାପାଇଁ ଏକ ପାଞ୍ଚ ଜଣିଆ କମିଟି ସତ୍ୟ ରଞ୍ଜନ ବେହେରା (ରାଜ୍ୟ ସଭାପତି), ଅବିନାଶ ସାହୁ (ରାଜ୍ୟ ସାଧାରଣ ସମ୍ପାଦକ), ରାଜ୍ୟ ସାଂଗଠନିକ ସମ୍ପାଦକ ରଞ୍ଜିତ ଭଦ୍ରା, ରାଜ୍ୟ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପରିଡା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ରଶ୍ମୀତା ବେହେରା ପ୍ରମୁଖ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟଳୟକୁ ଯାଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡଃ. ଡି. ବୃନ୍ଦାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଆମର ୩ ଦଫା ଦାବି ବିଷୟରେ ଜଣାଇଥିଲୁ । ଜାତୀୟ ମିଶନ ନିର୍ଦ୍ଦେଶିକାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶ ହରିଶ ଚନ୍ଦ୍ର ନାୟକ ଆମ ସହ ସ୍ୱାସ୍ଥ୍ୟ ମିଶନ କନଫରେନ୍ସ ରୁମରେ ଏକ ବୈଠକ ଡକାଇ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ସୁକାନ୍ତ କୁମାର ମିଶ୍ର, ରାଜ୍ୟ ଏକାଉଣ୍ଟସ ମ୍ୟାନେଜର ରାଧାକାନ୍ତ ପଣ୍ଡା, ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତ୍ୟେକ ଜିଲ୍ଲାର ଅସୁବିଧା ସମ୍ପର୍କରେ ଆମେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅବଗତ କରାଇଥିଲୁ । ଦରମା, ଇପିଏଫ୍ ଓ ଇଏସଆଇ ବିଷୟରେ ମଧ୍ୟ ତାଙ୍କ ନଜରକୁ ଆଣିଥିଲୁ । ପ୍ରାୟ ଏକ ଘଣ୍ଟାର ଆଲୋଚନା ପରେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆମକୁ ପ୍ରତିଶୃତି ଦେଲେ । ଖୁବ ଶୀଘ୍ର ସେ ଆମର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଓଡିଶାର ସମସ୍ତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରୁ ପ୍ରାୟତଃ ୧୫୦ ଜଣ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ନିଜ ସ୍ୱାଭିମାନ ମୁତାବକ ଦାବୀ ପୂରଣ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।