om academy

ଶକ୍ତି ବିଭାଗ ଗୃହ କମିଟି ବୈଠକ

jsm
  • ଲୋକଙ୍କୁ ୨୪ ଘଣ୍ଟା ଅନବରତ ବିଜୁଳି ସେବା ଯୋଗାଅ ଗୃହ ବିଭାଗ
  • ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନିଶ୍ଚିତ କରୁ କଂପାନୀ – ନରସିଂହ
    ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ଜୀବନଚର୍ଯ୍ୟାରେ ବିଜୁଳି ସେବାରେ କୌଣସି ପ୍ରକାର ବ୍ୟାଘାତ ହେଲେ ଲୋକେ ବଂଚିପାରିବେ ନାହିଁ । ଏହାକୁ ନେଇ କଲିକତା ହାଇକୋର୍ଟ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ଯେ ବିଜୁଳି ସେବା ପାଇବା ଲୋକଙ୍କ ମୌଳିକ ଅଧିକାର ଅଟେ । ଏହା ବିନା ଲୋକେ ବଂଚି ପାରିବେ ନାହିଁ । ଏହାକୁ ବିଧାନସଭା ଗୃହ କମିଟିର ଉପ-କମିଟି-୪ ବିଜୁଳି ଓ ଶକ୍ତି ବିଭାଗ କମିଟି ବୈଠକରେ ଅଧ୍ୟକ୍ଷ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ଦଳର ନେତା ନରସିଂହ ମିଶ୍ର, କମିଟି ସଦସ୍ୟ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଏବଂ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ବୈଠକରେ ଉପସ୍ଥିତ ଥିôବା ବିଭାଗୀୟ ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କୁ ୨୪ ଘଣ୍ଟା ଅନବରତ ବିଜୁଳି ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଏହାକୁ ବିଧାନସଭାକୁ ସୁପାରିଶ କରାଯିବ ବୋଲି ଗୃହ କମିଟି କହିଛି । ବାରମ୍ବାର ବିଜୁଳି କାଟ, ଲୋ ଭୋଲଟେଜ, ଗ୍ରାମାଞ୍ଚଳରେ ଟ୍ରାନ୍ସଫରମର ଏବଂ ବିଜୁଳିବତୀର ଅସୁବିଧା ନୀତି ଦିନିଆ ଘଟଣା ପାଲଟିଛି । ଟାଟା ପାୱାର ଅଂଚଳରେ ବିଜୁଳି ଦାୟିତ୍ୱ ନେଲା ପରେ ବିଜୁଳି ସେବା ଓ ଦେୟ ଉଭୟ ବେହାଲ ହୋଇଛି । ନିଯୁକ୍ତିରେ ମଧ୍ୟ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରାଯାଉଥିବା ପରିଲକ୍ଷିତ ହୋଇଛି । ସେହିପରି ବିଭିନ୍ନ ସରକାରୀ ଯୋଜନାରେ ଗାଁକୁ ଗାଁ ତଥା ଘରକୁ ଘର ବିଜୁଳି ଦେବାରେ ଟାଟା ପାୱାର ଏ ଯାଏଁ ଫେଲ ମାରିଛି । ବିଭାଗୀୟ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୁଳ୍କ ବୃଦ୍ଧିରେ ନିୟନ୍ତ୍ରଣ ସାଙ୍ଗକୁ ଉଚ୍ଚ ମାନର ବିଦ୍ୟୁତ ସେବା ଯୋଗାଇ ଦେବାକୁ କଂପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଅନୁସାରେ ସହରାଞ୍ଚଳରେ ସର୍ବାଧିକ ୨୪ ଘଣ୍ଟା ଭିତରେ ଓ ଗ୍ରାମାଞ୍ଚଳରେ ୪୮ ଘଣ୍ଟା ଭିତରେ ବିଦ୍ୟୁତ ସେବାକୁ ଅବ୍ୟାହତ ବ୍ୟବସ୍ଥା ରହିଛି । ତେଣୁ ଏହାକୁ ନିଶ୍ଚିତ କରିବା ପାଇଁ କମିଟି କଂପାନୀକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିଦ୍ୟୁତ ସମ୍ବନ୍ଧୀୟ ଅଭିଯୋଗ ପାଇଁ ପୂର୍ବପରି ଏକ ସ୍ୱତନ୍ତ୍ର ଟେଲିଫୋନ ନମ୍ବର ଜାରି କରିବା ସହ ଏହାର ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବିଜୁଳି ଅତ୍ୟାବଶ୍ୟକ ସେବା ହୋଇଥିବା ଏହି କ୍ଷେତ୍ରରେ କଂପାନୀ ଦ୍ୱାରା କରାଯାଉଥିବା ନିଯୁକ୍ତି କ୍ଷେତ୍ରରେ ଆଉଟସୋରସିଂ କୌଣସି ପ୍ରକାର ମଧ୍ୟ ଗ୍ରହଣୀୟ ନୁହେଁ । ତେଣୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କମିଟି ସଦସ୍ୟ, ବିଧାୟକ କିଶୋର ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ମଧ୍ୟ ବିଜୁଳି ଭିତ୍ତିଭୂମି, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଏକ ସମୟ ସାରଣୀ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ । ତା’ ପୂର୍ବରୁ କମିଟି ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ଅନେକ ଗାଁରେ ବିଜୁଳି ସଂଯୋଗ, ଟ୍ରାନ୍ସଫରମର ସମସ୍ୟା, କମ ଉଚ୍ଚତାରେ ଲାଇନ ସଂଯୋଗ ତଥା ଅସୁରକ୍ଷିତ ଟ୍ରାନ୍ସଫରମର ଦେଖିବାକୁ ମିଳିଥିବାର କମିଟି ସଦସ୍ୟ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷୋଭର ସହ କହିଥିଲେ । ବୈଠକରେ ଉପସ୍ଥିତ ଥିବା ବିଭାଗୀୟ ତଥା କଂପାନୀ ଅଧିକାରୀମାନଙ୍କୁ ଅଂଚଳର ବିଜୁଳି ସଂଯୋଗ, ଟ୍ରାନ୍ସଫରମର ଅଭାବ, କର୍ମଚାରୀ ଇତ୍ୟାଦିକୁ ନେଇ ଏକ ନୂତନ ସର୍ଭେ କରି ତାର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ । ଗ୍ରାମାଞ୍ଚଳ ଷ୍ଟ୍ରିଟ ଲାଇଟ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେବା ସହ କ୍ଷେତ୍ର ପରିଦର୍ଶନ ସମୟରେ କୁତୁର୍ଲା ଗ୍ରାମବାସୀଙ୍କ ଦାବୀ ମୁତାବକ ସେଠାରେ ଏକ ହାଇମାଷ୍ଟ ଲାଇଟ ଏବଂ ୪ଟି ଷ୍ଟ୍ରିଟ ଲାଇଟ ନିଜ ବିଧାୟକ ପାଣ୍ଠିରୁ ଦେବା ପାଇଁ ସ୍ଥାନୀୟ ଲୋକଙ୍କୁ ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଆଜି କ୍ଷେତ୍ର ପରିଦର୍ଶନ ତଥା ବୈଠକରେ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ରଂଜନ ନାଏକ, ବଲାଙ୍ଗିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଭୁତି ଶତପଥି, ଟିଟିଲାଗଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯଜେ୍ଞସ ପାତ୍ର, ଓପିଟିସିଲର ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଭୁବନେଶ୍ୱରରୁ ଆସିଥିବା ବିଧାନସଭା ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Leave A Reply

Your email address will not be published.