oum

ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ପାଇଁ ପ୍ରସ୍ତୁତି ବୈଠକ ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୬ ତାରିଖ ହେବାକୁ ଥିବା ନବରାତ୍ର ପୂଜା ନିରାଡମ୍ବର ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ନବରାତ୍ର ପୂଜାରେ ପୂଜାର୍ଚ୍ଚନା, ଚଣ୍ଡିପାଠ ଓ ଭକ୍ତଙ୍କ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ କୋଭିଡ କଟଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । ନବରାତ୍ର ପୂଜା କମିଟି ପାଇଁ ସର୍ବସମ୍ମତ କ୍ରମେ କର୍ମକର୍ତ୍ତା ଚୟନ କରାଯାଇଥିଲା । ପୂଜା କମିଟିର ସଭାପତି ଭାବେ ଧବଲେଶ୍ୱର ସାହୁ, ଉପ ସଭାପତି ଉପେନ୍ଦ୍ର ପ୍ରଧାନ, ସଂପାଦକ ଇନ୍ଦ୍ରଜିତ ଭୋଇ, କୋଷାଧ୍ୟକ୍ଷ ପ୍ରମୋଦ ସିଂ, ଉପଦେଷ୍ଟା ଭାବରେ ଯୋଗେନ୍ଦ୍ର ଭୋଇ, ଈଶ୍ୱର ବାରିକ, ବୁଲୁ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ସଭା ଶେଷରେ ଯୋଗେନ୍ଦ୍ର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.