oum

ପାଇକମାଲ ହାଇସ୍କୁଲରେ ଅବିଭାବକ ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ହାଇସ୍କୁଲ ପରିସରରେ ଅବିଭାବକମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ମୁଖ୍ୟତଃ ଅବିଭାବକମାନଙ୍କୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ ସେ ନେଇ ବୁଝାଇ ଥିଲେ । ସଭାରେ ଶିକ୍ଷାର ବିକାଶ, ସ୍କୁଲ ପରିବେଶ, ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ, ଅବିଭାବକମାନଙ୍କୁ ଶିକ୍ଷାର ମୌଳିକ ଆବଶ୍ୟକତା ଉପରେ କହିଥିଲେ । ଏହି ସଭାରେ ସ୍କୁଲର ଶିକ୍ଷକ ତ୍ରିଲୋଚନ ନାଏକ, ଶିକ୍ଷୟତ୍ରୀ ଜ୍ୟୋତିମୟୀ ପଟ୍ଟନାୟକ, ବବିତା ବେହେରା ଉପସ୍ଥିତ ଥିଲେ । ଶେଷରେ ହିନ୍ଦି ଶିକ୍ଷକ ତ୍ରିଲୋଚନ ନାଏକ ସମସ୍ତ ଅବିଭାବକମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.