ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ତରଫରୁ ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ, ଉପ-ସଭାପତି ପ୍ରଶାନ୍ତ କୁମାର ଶତପଥୀ, ସହ ସମ୍ପାଦକ ସନ୍ତୋଷ ବାଡ଼ତ୍ୟା, କୋଷାଧ୍ୟକ୍ଷ ଜି. ପାପା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମକର୍ତ୍ତା ଗଣ ନିଜନିଜ ଅଭିଭାଷଣରେ ସମାଜ ପ୍ରତି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆବଶ୍ୟକତା ଓ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଛତ୍ରପୁର ସହର ତଥା ଜନସାଧାରଣଙ୍କ ହିତରେ ସର୍ବଦା ଅବସରପ୍ରାପ୍ତ କର୍ମଚାରୀମାନେ ରହିବା ପାଇଁ ଉପସ୍ଥିତ ଲୋକପ୍ରିୟ ଗଣମାଧ୍ୟମ ପ୍ରତିନିଧି କେ. ସତ୍ୟନାରାୟଣ ରେଡ୍ଡୀ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ଚୌଧୁରୀ, ଏନ୍. ରାମା ରାଓ, ସୂର୍ଯ୍ୟ ନାରାୟଣ ଦାସ, ଦଣ୍ଡପାଣି ରାଉଳ, ଚିତ୍ତରଞ୍ଜନ ବେହେରା, ବାଉରୀବନ୍ଧୁ ମୁଦୁଲି, ସୁରେନ୍ଦ୍ର ନାଥ ବେହେରା, ଏନ୍. ପି. ପଶୁପାଳକ, ଏ. ବିଶ୍ୱମ୍ବର, ପ୍ରକାଶ ଚନ୍ଦ୍ର ଦାସ, ଏ. କ୍ରିଷ୍ଣା ରାଓ, ଘନଶ୍ୟାମ ବେହେରା, ଉଦୟ ନାଥ ସାହୁ, ବିଜୟ ସାହୁ, ମଙ୍ଗଳା ଚରଣ ସ୍ୱାଇଁ, ପି. ଆଦେୟା, ଦାଶରଥୀ ବେହେରା, କୃଷ୍ଣ ଚନ୍ଦ୍ର ରଥ, ବାଉରୀ ବନ୍ଧୁ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ମାହାଙ୍କୁଡ଼, ରବୀନ୍ଦ୍ର କୁମାର ପାଢ଼ୀ, ଅଭିରାମ ଗୌଡ଼, ଅଭିରାମ ସାହୁ, ତ୍ରିନାଥ ସାହୁ, ରବୀନ୍ଦ୍ର ରଥ, ଏସ୍. ଆନନ୍ଦ ରାଓ, ଭାସ୍କର ଚନ୍ଦ୍ର ସ୍ୱାଇଁ, କୃଷ୍ଣ ସାହୁ, ରମାକାନ୍ତ ପାଣିଗ୍ରାହୀ, ରବୀନ୍ଦ୍ର ନାଥ ଦାସ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇ ଛତ୍ରପୁର ସହରର ବିକାଶ ମୂଳକ ଦିଗରେ ସମସ୍ତେ ସହଯୋଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।