
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ନିସର୍ଗ ନିବାସ ଠାରେ ଆର୍ଯ୍ୟକୁଳ ବିଶ୍ଵଶାନ୍ତି ମହାଯଜ୍ଞ କମିଟିର ବୈଶାଖ ମେଳା ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବରେ ବିଶ୍ଵଶାନ୍ତି ମହାଯଜ୍ଞ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଶାଖ ମେଳା ପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ବହୁ ଧୁମ୍ଧାମ୍ରେ ପୁରାତନ କାଳରୁ ପାଳନ ହୋଇଆସୁଛି । ପ୍ରଭୁଙ୍କ ଜନ୍ମୋତ୍ସବ ଶ୍ଲକ୍କ ପକ୍ଷରୁ ଆରମ୍ଭ ହୋଇ ପୂିର୍ଣ୍ଣମା ପର୍ଯ୍ୟନ୍ତ ଚାଲୁଥିବା ବେଳେ ଆର୍ଯ୍ୟକୁଳ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଏବର୍ଷ ମଧ୍ୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବା ସହ ନୃସିଂହନାଥ କ୍ଷେତ୍ରରେ ବୈଦିକ ବିଧାନରେ ଯଜ୍ଞ, ସତସଙ୍ଗ, ପ୍ରସାଦ ସେବନ, ଜଳଦାନ, ଆଶ୍ରୟ ଶ୍ରଦ୍ଧାଳୁଙ୍କୁ ସେବା ପ୍ରଦାନ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ସଭାପତି ରାମ କୁମାର ଗୁପ୍ତା, ଉପ ସଭାପତି ଚିତ୍ତରଂଜନ ପ୍ରଧାନ, ସଂପାଦକ ହରିଶ୍ଚନ୍ଦ୍ର ପଟେଲ, ସହ ସଂପାଦକ ସନ୍ତୋଷ ସାହୁ, କୋଷାଧ୍ୟକ୍ଷ ନବୀନ କିଶୋର ସାହୁ, ସହ କୋଷାଧ୍ୟକ୍ଷ କୋକିଳ ସାହୁ, ଉପଦେଷ୍ଠା କମିଟିରେ ଚନ୍ଦ୍ର ପ୍ରକାଶ ଶାସ୍ତ୍ରୀ, ଧନେଶ୍ଵର ଶାସ୍ତ୍ରୀ, ଘନଶ୍ୟାମ ସାହୁ, ଧର୍ମରାଜ ବାରିକ, କେଦାର ପ୍ରଧାନ, ସୁଧାକର ବାରିକ, ବୃନ୍ଦାବନ ସାହୁ, ଗୋପିନାଥ ପ୍ରଧାନ ପ୍ରମୁଖ ଏହି ବିଶ୍ୱଶାନ୍ତି ମହାଯଜ୍ଞକୁ ସୂଚାରୁ ରୂପେ ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ ହୋଇଛି । ନୃସିଂହନାଥ ବୈଶାଖ ମେଳା ଆସନ୍ତା ମଇ ୭ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।