centurian jitm

ଚୈତ୍ର ବାସନ୍ତୀକ ପୂଜାନୋତ୍ସବ ପାଳନ ନେଇ ନୃସିଂହନାଥ ଯାଦବ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ପାଇକମାଲ ବ୍ଲକ ଏବଂ ଝାରବନ୍ଧ ବ୍ଲକ ଯାଦବ ସମାଜ ମିଳିତ ଉଦ୍ୟମରେ ଚୈତ୍ର ବାସନ୍ତୀକ ପୂଜାନୀତି ନିୟମ ସଭାପତି ବରଗଡ ଜିଲ୍ଲା ଅମୃତଲାଲ ବନଛୋରଙ୍କ ସଭାପତିତ୍ୱରେ ନୃସିଂହନାଥ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ସମ୍ପାଦକ ବାଳକୃଷ୍ଣ ବନଛୋର ସଭା ପରିଚାଳନା କରି ଥିଲେ । ଆସନ୍ତା ୧୧/୪/୨୦୧୫ ଠାରୁ ୧୩/୪/୨୦୨୫ ପର୍ଯ୍ୟନ୍ତ ମହାସମାରୋହରେ ଚୈତ୍ର ପୂଜା ମହୋତ୍ସବ ପାଳନ କରାଯିବ । ପୂଜାର କର୍ତ୍ତା ଭାବେ ଝାରବନ୍ଧ ବ୍ଲକ ନିବାସୀ ଉମେଶ ଚନ୍ଦ୍ର ବନଛୋର ଓ ତାଙ୍କ ଧର୍ମପତ୍ନୀ ମାଧବୀ ଲତା ବନଛୋରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯଇଛି । ପୂର୍ବତନ ଜିଲ୍ଲା ସଭାପତି ଡୋଳାମଣି ମାହାର ଯାଦବ ସଭାରେ ଉପସ୍ଥିତ ରହି ଉଭୟ ବ୍ଲକ ଏକତା ଭାବ ରଖି ପୂଜନ ଉତ୍ସବକୁ ମୁଖରିତ କରିବା ପାଇଁ କହିଥିଲେ । ସଭାରେ ସମଲେଶ୍ୱରୀ ମନ୍ଦିର ସଭାପତି ମଧୁସୂଦନ ପାଣ୍ଡେ, ପାଇକମାଲ ବ୍ଲକ ସଭାପତି ବନମାଳୀ ଚଦନ, ଝାରବନ୍ଧ ବ୍ଲକ ସଭାପତି ଧ୍ରୁବଚରଣ ହାତୀ, ଯୁବ ଯାଦବ ସଭାପତି ମାନସ ନାଗ, ମନ୍ଦିର ସମ୍ପାଦକ ଦେବାର୍ଚ୍ଚନ ବାଗ, ଭକଳ ହଂସ, ମନୋହର ପୁଞ୍ଜି, ଖଗେଶ୍ୱର ହଂସ, କଂଗ୍ରେସ ହଂସ, ମୋହନ ମଲ୍ଲିକ, ଭୁବନେଶ୍ୱର ବନଛୋର, ଚୂଡ଼ାମଣି ବନଛୋର, ଅର୍ଜୁନ ଅଦାବର, ଭିକ ବାଗ, ଶତାଧିକ ଯାଦବ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୂଜା ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ପାରମ୍ପରିକ ବାଡ଼ି ଖେଳ ତଥା ଅନ୍ୟାନ୍ୟ ସାମୁହିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରିଶେଷରେ ଯାଦବ ମା, ମାଉସୀ, ଭାଇଭଉଣୀମାନେ ଚୈତ୍ର ପୂଜାରେ ବହୁସଂଖ୍ୟାରେ ଯୋଗଦାନ କରିବା ପାଇଁ ବ୍ଲକ ସମ୍ପାଦକ ବାଳକୃଷ ବନଛୋର ଅନୁରୋଧ କରିଥିଲେ ।

Leave A Reply

Your email address will not be published.