oom

କେନ୍ଦୁପାଲିରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ

jsmm

ଏସ୍‌.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନଶିକ୍ଷକ ତୁଳସୀରାମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନଶିକ୍ଷକ ତଥା ପ୍ରକୃତି ମିତ୍ର ଅନୁପ କୁମାର ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନର ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଶିକ୍ଷା ସୋପାନ ରେଜିଷ୍ଟର ପୂରଣ କୌଶଳ, ସ୍ଥାନୀୟ ବିଦ୍ୟାଳୟର ବିଭିନ୍ନ ଅଭିନବ କାର୍ଯ୍ୟ, ବିଦ୍ୟାଳୟ କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଟାବଲେଟର ବ୍ୟବହାର, ଦକ୍ଷତାର ଟ୍ରାକର ପୂରଣ କରିବା ପଦ୍ଧତି, ପୂର୍ବ ବୈଠକର ବିବରଣୀ, ଶୈକ୍ଷିକ କ୍ୟାଲେଣ୍ଡର, ମୌଳିକ ଭାଷା ଶିକ୍ଷାଦାନର ଶ୍ରେଣୀ ପରିଚାଳନା କୌଶଳ ପ୍ରଦର୍ଶନ, ମୌଳିକ ସଂଖ୍ୟାଜ୍ଞାନ ଶିକ୍ଷଣର ପ୍ରଦର୍ଶନ, ଦ୍ୱିମାତ୍ରିକ ଓ ତ୍ରିମାତ୍ରୀକ ବସ୍ତୁର ଧାରଣା, ଶ୍ରେଣୀ ପର୍ଯ୍ୟବେକ୍ଷଣ ସୂଚକ, ଦ୍ଵିତୀୟ ସମାପ୍ତିସୂଚକ ଆକଳନ ପାଇଁ ମାର୍ଗଦର୍ଶିକା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଶିକ୍ଷକ ନନ୍ଦକିଶୋର ବିଶି, ରଘୁନାଥ ବାଘ, ହାରାଧନ ରଣା, ଦିବାକର ବଢ଼େଇ, ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ, ଚୁମକି ବିଶି, ମାନିନୀ ବାଗ, ରଶ୍ମିତା କୁଅଁର ଓ ପାଚିକା ସହାୟିକାମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.