ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟ ଠାରେ ପୌରପରିଷଦର ୧୦ତମ କାଉନସିଲିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ । ତାଙ୍କ ସହିତ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଉପସ୍ଥିତ ଥିଲେ । ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି, ସମସ୍ତ କାଉନସିଲର, ବିଭିନ୍ନ ବିଭାଗର ଅଧିକାରୀ, ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବଲାଙ୍ଗିର ସହରାଞ୍ଚଳର ବିଭିନ୍ନ ୱାର୍ଡ଼ର ସମସ୍ୟା ଓ ଉନ୍ନୟନମୂଳକ ପ୍ରକଳ୍ପ, ୧୭ଟି ବନ୍ଧର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଲାଙ୍ଗିର ସହରରର ଡ୍ରେନର ମାଷ୍ଟର ପ୍ଲାନ୍, ରାସ୍ତାଘାଟ, ପାନୀୟଜଳ, ୱାର୍ଡ଼ରେ ଓଭର ଟ୍ୟାଙ୍କ, ଏଲେକ୍ଟ୍ରି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ବଲାଙ୍ଗିର ସହରର ମହାରାଣୀ ସାଗରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଲାଙ୍ଗିର ବିଧାୟକ ଶ୍ରୀ ସିଂହଦେଓ ଦଳ ନିର୍ବିଶେଷରେ ସମସ୍ତଙ୍କୁ ନେଇ ଏହି ସମସ୍ୟା ଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ।
Next Post