ଡୁଙ୍ଗୁରିପାଲି ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହକ ପ୍ରକାଶ ବାରିକଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକାରୀ କମିଟିର ବୈଠକ କୃଷକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଅକ୍ଟୋବର ମାସ ୧୫ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ବୈଠକରେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡ୍‌ ପେ ୪୨୦୦କୁ ପରିବର୍ତ୍ତନ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଲେଭେଲ ଭି. ଏ. ପ୍ରାଥମିକ ଶିକ୍ଷକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କଲେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବହୁ ଦିନର ଦାବି ପୂରଣ ହୋଇପାରିବ ବୋଲି ଆଲୋଚନା ହୋଇଥିଲା । ଦୀର୍ଘ ଦିନର ଏହି ଦାବିକୁ ସରକାର ପୂରଣ କରୁ ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ସଭାରେ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ଚିନ୍ଦ୍ରା, ସୌରଭ ସାହୁ, ସୁରେଶ ସାହୁ, ସୁଧାଂସୁ ସାହୁ, ଆନନ୍ଦ ବାରିକ, ଉଦୟ ଭୋଇ, ପରେଶ ସାହୁ, ନରେନ୍ଦ୍ର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଗୋପବନ୍ଧୁ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.