ବ୍ଲକ ଯାଦବ ମହାସଭାର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡାଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭାର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଦବ ସଚେତନତା ରଥ ପରିକ୍ରମା ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ଡିସେମ୍ବର ୧୪ ତାରିଖଠାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୨୫ ଗୋଟି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ସମାଜର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଯାଦବ ସଚେତନତା ରଥ ପରିକ୍ରମା କରିବ । ଏହି ରଥ ସାମାଜିକ ସଚେତନତା ଓ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବାର ବାର୍ତ୍ତା ଦେବ । ବୈଠକରେ ଚନ୍ଦ୍ର ବଦନ ବଗର୍ତ୍ତୀ, ପିତାମ୍ବର ବାଙ୍କ, ସମ୍ପଦ ବାଗ, ଇଶ୍ଵର ଷାଣ୍ଢ, ଦୁର୍ଗେଶ୍ୱର ଯୁଏଡ, ଧିରେନ ପୋଢ଼, ଜଗନ୍ନାଥ ଚନ୍ଦନ, ଶଙ୍କର ବାଗ, ମହାଦେବ ବାଙ୍କ, ସାରଥି ଠେଲା, ଦୟାନିଧି ଷାଣ୍ଢ, ଧୁବେଲେଶ୍ୱର ବାଗ, ଲକ୍ଷ୍ମଣ ବଗର୍ତ୍ତୀ, ମନ୍ଦିର ବାଙ୍କଙ୍କ ସମେତ ଗ୍ରାମ ପଞ୍ଚାୟତଗୁଡିକର ସଭାପତି/ସଂପାଦକମାନେ ଉପସ୍ଥିତ ଥିଲେ । ଶେଷରେ ଯୁବ ଯାଦବ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.