ଭକ୍ତ ଦାସିଆ ଜୟନ୍ତୀ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଭକ୍ତ ଶିରୋମଣି ଦାସିଆଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଚଳିତ ମହା କାର୍ତ୍ତିକ ଶୁକ୍ଳ ଏକାଦଶୀ ନଭେମ୍ବର ୨୩ ତାରିଖ ଗୁରୁବାର ପାଳିତ ହେବା ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡଃ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟିର ପରିଚାଳନା ପରିଷଦ, ପରାମର୍ଶଦାତା ବୋର୍ଡ, ଆଂଚଳିକ କମିଟିର ସଦସ୍ୟମାନେ ଚଳିତ ବର୍ଷ ଭୂବନେଶ୍ୱରସ୍ଥ ଡୁମୁଡୁମା ଶ୍ରୀଜଗନ୍ନାଥ ମନ୍ଦିରର ସହଯୋଗରେ ଗୀତିନାଟ୍ୟ ‘ଭକ୍ତ ଦାସିଆ’ ମଂଚସ୍ଥ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏମ୍‌ସ୍‌, ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଉକ୍ତ ନାଟକ ପରିବେଷଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । କିଟ୍‌ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜନ୍ମ ଦିବସର ଅନ୍ୟାନ୍ୟ କାର୍ଯ୍ୟଧାରାର ବିବରଣୀ ଦେଇ ସମାଧିପୀଠରେ ଗୀତା, ଭାଗବତ ପାଠ, ସମସ୍ତ ଅଧିଷ୍ଠିତ ଦେବାଦେବୀଙ୍କ ସ୍ୱତନ୍ତ୍ର ନୀତି ସହିତ ପ୍ରସିଦ୍ଧ ଜାଉ ଓ ଶାଗ ପ୍ରସାଦ ବିତରଣ, ଅଖଣ୍ଡ ନାମ ସଂକୀର୍ତ୍ତନ ଓ ସ୍ମୃତିଚାରଣ ସଭାରେ ସୂଚନା ପ୍ରଦାନ କରିଥିଲେ । ପବିତ୍ର କାର୍ତ୍ତି ମାସ ବ୍ୟାପି ଜିନ୍ଦଲ ପାୱାର ଷ୍ଟିଲ୍‌ କମ୍ପାନୀର ସାହାଯ୍ୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ନିଶୁକ୍ଳ ପ୍ରସାଦ ସେବା ବ୍ୟବସ୍ଥା କରାଯାଇଥିବାରୁ ଶ୍ରୀଯୁକ୍ତ ନବୀନ୍‌ ଜିନ୍ଦଲ ପରିବାରଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଆର୍ଥିକ ସହାୟତାରେ ନିର୍ମିତ ପାନୀୟ ଜଳ ଯୋଗାଣ ଓ ପଦପ୍ରକ୍ଷାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିବାରୁ ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଜନ୍ମ ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ନିବେଦନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ଇଂ ବସନ୍ତ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ସିଂ, ମନୋରଞ୍ଜନ ମହାନ୍ତି, ଅଜୟକେତନ ମହାନ୍ତି, ଡୁମୁଡୁମା ଶ୍ରୀଜଗନ୍ନାତ ମନ୍ଦିରର ପରିଚାଳନା ପରିଷଦର ସଦସ୍ୟ – କବିରାଜ ମାହାନ୍ତି, ଗଦାଧର ପାତ୍ର, ଉକ୍ରଳ ସାହିତ୍ୟ ସଂସଦର ଉପସଭାପତି ବେଣୁଧର ପାତ୍ର, ଡଃ ପ୍ରସନ୍ନ କୁମାର ସାମନ୍ତ, କୁମାର ଚନ୍ଦ୍ର ସେଠୀ, ଶିଶୁ ଦରବାର ସଂପାଦକ ଡଃ ଶରତ ଚଉଁରୀ, ଆଞ୍ଚଳିକ କମିଟି ସଦସ୍ୟ ଚିିତ୍ତରଞ୍ଜନ ସେନାପତି, ସ୍ୱୟଂ ପ୍ରକାଶ ପରିଡ଼ା, ଜୟକୃଷ୍ଣ ରାଉତ, ଲକ୍ଷ୍ମୀଧର ଲେଙ୍କା, ଗିରିଧାରୀ ପଲାଇ, କୃଷ୍ଣ ଚନ୍ଦ୍ର ଲେଙ୍କା ତଥା ବାଲିଗ୍ରାମର ଅଧିବାସୀ ଯୋଗଦାନ କରିଥିଲେ । ପ୍ରଦୀପ ମହରଥୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଓ ପିପିଲିର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟି ଓ ଭୁବନେଶ୍ୱର ରୋଟାରୀ କ୍ଲବ (ନର୍ଥ)ର ସହଯୋଗରେ ନିଃଶୁକ୍ଳ ହୋମିଓ ପାଥିକ ଔଷଧ ବିତରଣ କରାଯାଇ ସର୍ବଶେଷରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.