ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ପାଳନ କରିବା ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ପ୍ରସ୍ତୁତି ବୈଠକ ନୃସିଂହମନ୍ଦିରଠାରେ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ଅବସରରେ ସମ୍ପାଦକ ଜୟରାମ ମିଶ୍ର ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଆର୍ଥିକ ସ୍ଥିତି ଉପରେ ମତ ଦର୍ଶାଇଥିଲେ । ସଂଗଠନ ସମ୍ପାଦକ କିଶୋର ପୁରୋହିତ ଓ ଆୟୋଜକ କମିଟିର ମୁଖ୍ୟ ନରେନ୍ଦ୍ର ଆଚାର୍ଯ୍ୟ ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ । ସାମୁହିକ ମତ ଅନୁସାରେ ଉକ୍ତ ଦିନରେ ୯୦ ବର୍ଷରୁ ଅଧିକ ବ୍ରାହ୍ମଣ ଦେବତାମାନଙ୍କୁ ପୂଜ୍ୟପୂଜା କରି ଆଶୀର୍ବାଦ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉକ୍ତ ଉତ୍ସବରେ ଜିଲ୍ଲା ବ୍ରାହ୍ମଣ ଦେବତାମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ କାର୍ଯ୍ୟକାରିଣୀ ମଣ୍ଡଳୀ ବିନମ୍ର ନିବେଦନ କରିଛନ୍ତି ।
ଏହି ବୈଠକରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟ ଶିବ ନାରାୟଣ ରଥ, ଗୌର ଚନ୍ଦ୍ର ପୁରୋହିତ, ରାଜ କିଶୋର ଦାଶ, ଶରତ କୁମାର ହୋତା ଓ ବିରଞ୍ଚି ହୋତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଗୋପବନ୍ଧୁ ପୁରୋହିତ, ଶୁଭେନ୍ଦ୍ର ନେପାକ, କସ୍ତୁରୀ ରଥ, ପୁରୁଷୋତ୍ତମ ପଣ୍ଡା, ସିଦେ୍ଧଶ୍ୱର ମିଶ୍ର, ସୀତାଂଶୁ ଶେଖର ନାୟକ, ଶଙ୍କର୍ଷଣ ମିଶ୍ର, କୃପାସିନ୍ଧୁ ମିଶ୍ର, ସିଦେ୍ଧଶ୍ୱର ପାଣିଗ୍ରାହୀ, ଲୋକନାଥ ନେପାକ, ରମେଶ ଚନ୍ଦ୍ର ନାୟକ, ଅଶୋକ କୁମାର ପାଣ୍ଡିଆ, ସନ୍ତୋଷ କୁମାର ତ୍ରିପାଠୀ, ସୁବାଷ କୁମାର ଶତପଥି, କୃଷ୍ଣ ମୋହନ ମିଶ୍ର, ନାରାୟଣ ପୁରୋହିତ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ଉପସ୍ଥିତ ଥିଲେ ।