ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟ ଦେବୀ ମା’ ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରଜକ ସମାଜ, ବଲାଙ୍ଗିର ଉପଖଣ୍ଡ ସଭାପତି ଭୁବନେଶ୍ୱର ସେଠ୍ ସଭାପତିତ୍ୱ କରିଥିଲେ । ପ୍ରଥମେ ମନ୍ଦିର ପୂଜକ ଚେତରାମ ସେଠ୍ ଓ ଛବି ସେଠ୍ ପୂଜାର୍ଚ୍ଚନା କରିଥିଲେ । ଜିଲ୍ଲା ରଜକ ସମାଜ ସମ୍ପାଦକ କିର୍ତ୍ତିଚନ୍ଦ୍ର ସେଠ୍ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ତା’ପରେ ରଜକ ସମାଜର ଇହଧାମ ତ୍ୟାଗ କରିଥିବା ସଭ୍ୟଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ବହୁ ସଂଖ୍ୟାରେ ରଜକ ସଭ୍ୟବୃନ୍ଦ ଯୋଗଦାନ କରି ବହୁମୁଲ୍ୟ ମତାମତ ପ୍ରକାଶ କରିଥିଲେ । ମନ୍ଦିର ପ୍ରତିଷ୍ଠା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇ ତାକୁ କାର୍ଯ୍ୟକାରୀ କରିବାକୁ ସମସ୍ତେ ଶପଥ ନେଲେ । ଜିଲ୍ଲା କୋଷାଧ୍ୟକ୍ଷ ଶେଖର ସେନ୍ ସେଠ୍ ଆୟ ବ୍ୟୟ ବିବରଣୀ ପଠନ କରି ସମସ୍ତଙ୍କୁ ଏକତ୍ରିତ ହୋଇ ମନ୍ଦିର ପ୍ରତିଷ୍ଠା ପାଇଁ ସହଯୋଗ କାମନା କରିଥିଲେ । ମନ୍ଦିର କମିଟି ସମ୍ପାଦକ ଗଦାଧର ସେଠ୍ ପୂର୍ଣ୍ଣ ସହଯୋଗ କରି ସମସ୍ତ ଦାୟିତ୍ୱ ତୁଳାଇଥିଲେ । ଉପଖଣ୍ଡ ସମ୍ପାଦକ ଶିବ ପ୍ରସାଦ ସେଠ୍, ବରିଷ୍ଠ ସଭ୍ୟ ଅନିରୁଦ୍ଧ ସେଠ୍, ଲକ୍ଷ୍ମୀନାରାୟଣ ସେଠ୍, ଲକ୍ଷ୍ମୀଧର ସେଠ୍, ଭୂଜରାଜ ସେଠ୍, ପ୍ରକାଶ ସେଠ୍ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସଂପାଦକ କିର୍ତ୍ତି ଚନ୍ଦ୍ର ସେଠ୍ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
Next Post