ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚର ଏକ କାର୍ଯ୍ୟକାରିଣୀ ବୈଠକ ଶାନ୍ତିପଡା ସ୍ଥିତ ସିଦ୍ଧଶଙ୍କର ଆଇରନ ଷ୍ଟୋରଠାରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସଭାପତି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ତତ୍ପରେ ମନୋରଂଜନ ମିଶ୍ର ବିଗତ କାର୍ଯ୍ୟକାରିଣୀ ବୈଠକର ବିବରଣୀ ପଠନ କରିଥିଲେ ଓ ବୈଠକରେ ଆୟୋଚିତ ହେବାକୁ ଥିବା ବିଷୟବସ୍ତୁ ଉପସ୍ଥାପିତ କରିଥିଲେ । ଆସନ୍ତା ୧୦.୧୧.୨୩ ରେ ହେବାକୁ ଥିବା ଖୁଜେନପାଲି ଶିବ ମନ୍ଦିରରେ ଜଳଭିଷେକ ବିଷୟରେ ପ୍ରଥମେ ଆଲୋଚନା ହେଲା । ବରିଷ୍ଠ ନାଗରିକମାନେ ସପରିବାର ଯୋଗଦେବାକୁ ଅନୁରୋଧ କରାଗଲା । ଜଳାଭିଷେକ ସହିତ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ମଧ୍ୟ ହେବାକୁ ସ୍ଥିର ହେଲା । ଆସନ୍ତା ୨୨ ତାରିଖରେ ପୁରୁଣା କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତ ହେଉଥିବା ଯୋଗୁଁ ନୂତନ କମିଟି ଗଠନ ପାଇଁ ଆସନ୍ତା ୨୨.୧୧.୨୩ ରେ ସ୍ଥିର ହେଲା । ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସାଧାରଣ ସଭା ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଶୀଘ୍ର ତାରିଖ ସ୍ଥିର କରିବାକୁ ଆଲୋଚନା ହେଲା । ପରିଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଲ ଅତିରିକ୍ତ ସାଧାରଣ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିରଂଚି ହୋତା, ପ୍ରଫୁଲ୍ଲ ସାହୁ, ସୁନିଲ ବିଶ୍ୱାଲ, ପଦ୍ମଚରଣ ଆଚାର୍ଯ୍ୟ, ଧନଞ୍ଜୟ ମିଶ୍ର, ପ୍ରମୋଦ ମିଶ୍ର, ବିନୟ କୁମାର ମିଶ୍ର, ଚିତ୍ତ ରଞ୍ଜନ ପଟେଲ, ଚୁଡେନ୍ଦ୍ର କୁମାର ବେହେରା, ମଲିଆ ଗଡୁଆ, ପ୍ରମୋଦ ଗୁରୁ, ନିଳାଞ୍ଚଳ ଚିରଗୁନ, ଆର୍ତ୍ତତ୍ରାଣ ମିଶ୍ର, ଗଜେନ୍ଦ୍ର ଭ୍ରମର, ଗୋପଳ କୃଷ୍ଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ବାସୁଦେବ ମେହେର, ଅଶୋକ କୁମାର ଚାନ୍ଦ, ସୁଧାଂଶୁ ଶେଖର ଦର୍ଜୀ, ସୁରେନ୍ଦ୍ର ନେଗୀ, କପିଳେଶ୍ୱର ଖମାରୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.