ଅଂଚଳ ମହାବିଦ୍ୟାଳୟରେ ପରିଚାଳନା ସମିତି ଓ କର୍ମଚାରୀ ସମିତିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ପରିଚାଳନା କମିଟିର ସଭାପତି ଗୋବିନ୍ଦ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ପରିଚାଳନା ଏବଂ କର୍ମଚାରୀ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ମହାବିଦ୍ୟାଳୟର ଉନ୍ନତି ଉପରେ ବିସ୍ତିର୍ଣ୍ଣ ଭାବରେ ଆଲୋଚନା କରିଥିଲେ । ପରିଚାଳନା କମିଟିର ସଭାପତି ଶ୍ରୀ ପାଣିଗ୍ରାହୀ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କର ସହଯୋଗ ନେଇ ମହାବିଦ୍ୟାଳୟର କିପରି ଉନ୍ନତି ହେବ ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । କମିଟିର ଅନ୍ୟତମ ସଦସ୍ୟ ଆଡଭୋକେଟ ଦୀପ୍ତିମୟୀ ଶତପଥୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ଉପରେ ଆଲୋଚନା କରିଥିଲେ । କମିଟିର ଅନ୍ୟତମ ସଦସ୍ୟ ଧନେଶ୍ୱର ସାହୁ, ସୋନାଲ ବଂଶଲ, ଲଳିତ ପଣ୍ଡା, ପୂର୍ଣ୍ଣିମା ଦୋରା, ରାଧାକାନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଅଧ୍ୟାପକ ଡ. ବିରଂଚି ସାହୁ ମହାବିଦ୍ୟାଳୟର ଅଗ୍ରଗତିରେ ପରିଚାଳନା ସମିତିର ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ସରୋଜ କୁମାର ନାଏକ, ପ୍ରଦୀପ କୁମାର ପଣ୍ଡା ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.