ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ଯୋଜନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଆଦର୍ଶପଡା ବଲାଙ୍ଗିରର ଏକ ଯୋଜନା ବୈଠକ ଭାରତୀ ନୀଡ଼, ପ୍ରକୋଷ୍ଠରେ ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା, ଆୟବ୍ୟୟ ହିସାବ ଓ ଆଗାମୀ ନୂଆଁଖାଇ ଭେଟ୍ ଘାଟ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି, ସ୍ୱାସ୍ଥ୍ୟ, ଶିକ୍ଷା,କଳା, ସାହିତ୍ୟ, ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଗଲା । ଖୁବ୍ ନିକଟରେ ଏ ସଙ୍ଗଠନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅଭାବୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିବ ବୋଲି ନିଷ୍ପତ୍ତି ନେଇଥିଲା । ଉକ୍ତ ବୈଠକରେ ବୈଦ୍ୟ ଶିରୋମଣି ଝସକେତନ ଗୁରୁ, ଦୁର୍ବାଦଳ ଘିବେଲା, ରଞ୍ଜନ କୁମାର ପାଣିଗ୍ରାହୀ, ରମାକାନ୍ତ ସାହୁ, ରୁକ୍ମିଣ ପୋଢ, ଓମ୍‌ ପ୍ରଣବ ନାୟକ, ଶାନ୍ତନୁ କୁମାର ପୁଜାହାରୀ, ଅମ୍ବରୀଶ କୁମାର ଦାଶ, କୈଳାସ ଚନ୍ଦ୍ର ରଣା ଓ ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ଉପସ୍ଥିତ ଥିଲେ । ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.