ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ପାନ୍ଥନିବାସ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ପରିଚାଳନାରେ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ମହା ଜନସମ୍ପର୍କ ଅଭିଯାନ ଏବଂ ୩୦ ମଇରୁ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା କରିଥିଲେ । ବୈଠକରେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଇ,ବିଜେପି ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ମାଣ୍ଡୋସିଲ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶ୍ରୀ, ଦହିତା ମଣ୍ଡଳ ସଭାପତି କେତନ ମେହେର, ଲଖମରା ମଣ୍ତଳ ସଭାପତି ଭୀଷ୍ମ ଦେବ ସାହୁ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ବରିକେଲ ମଣ୍ଡଳ ସଭାପତି ଦିବ୍ୟ କିଶୋର ପ୍ରଧାନ, ପାଇକମାଲ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ରାଜ ବୋଡାସମ୍ବର ମକରଧ୍ଵଜ ବଗାର, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଏସ୍ସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଲଲିତ ଜଗତ, ଗଜାନନ ପଟେଲ, ବେଣୁଧର ବେହେରା, ସତ୍ୟ ବେହେରା, ଯୋଗେନ୍ଦ୍ର ଭୋଇ, ପୁରନ୍ଦର ସାହୁ, ପଦ୍ମଲୋଚନ ବେରିଆ, ରାଜେନ୍ଦ୍ର ସେଠଙ୍କ ସମେତ ପାଇକମାଲ, ମାଣ୍ଡୋସିଲ, ଝାରବନ୍ଧ, ଜଗଦଲପୁର, ଲଖମରା, ଦହିତା, ସର୍ଗିବାହାଲ, ବରିକେଲ ସମସ୍ତ ମଣ୍ଡଳ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।