ବୀର ବିକ୍ରମାଦିତ୍ୟ ସିଂହ ବରିହାଙ୍କ ସ୍ମୃତି କମିଟି ଗଠିତ : ଆସନ୍ତା ୧୭ ତାରିଖ ନୃସିଂହନାଥରେ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବରର ଜମିଦାର ଯୁବରାଜ ସ୍ୱର୍ଗତ ବିକ୍ରମାଦିତ୍ୟ ସିଂହ ବରିହା ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମୃତି କମିଟି ଜବାହାରଲାଲ ସିଂ ବରିହାଙ୍କ ସଭାପତିତ୍ୱରେ ଓ ଯୁବରାଜଙ୍କ ସାନପୁଅ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ଆବାହକତ୍ୱରେ କମିଟି ଗଠିତ ହୋଇଯାଇଛି । ରାଜ ବୋଡାସମ୍ବର ଅଞ୍ଚଳର ବିଭିନ୍ନ ଗ୍ରାମରୁ, ଖମାରଘର ଗାଁମାନଙ୍କୁ ଏବଂ ଜମିଦାର ପରିବାର ସହ ଦୀର୍ଘ ଦିନ ଧରି ସଂପର୍କରେ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଏହି କମିଟି ଗଠିତ ହୋଇଯାଇଛି । ଛତିଶଗଡ ରାଜ୍ୟର ମଧ୍ୟ କିଛି ପ୍ରମୁଖ ବ୍ୟକ୍ତି ଏହି କମିଟି ସଦସ୍ୟ ଅଛନ୍ତି । କମିଟି ସଦସ୍ୟଙ୍କ ଭିତରେ ସର୍ବଶ୍ରୀ କଲ୍ୟାଣ ସିଂ ବରିହା, ଅଜୁର୍ନ ବିନ୍ଦରାଜ, ତ୍ରିଲୋଚନ ବରିହା, ଚେରୁ ବରିହା, ନିରାକାର ବରିହା, ଯୁଗେଶ୍ୱର ବରିହା, ମଙ୍ଗଳୁ ବରିହା, ସଦାଶିବ ବରିହା, ସଦାନନ୍ଦ ବରିହା, ଗୋପାଳ ବରିହା, ଅଖିଳ ନେଗୀଙ୍କ ସମେତ ଅନେକ ବ୍ୟକ୍ତି ଅଛନ୍ତି । ପରାମର୍ଶଦାତା କମିଟିରେ ଚୁନିଲାଲ ସାହୁ ସାଂସଦ ମହାସମୁନ୍ଦ, ପ୍ରଦୀପ ପୁରୋହିତ ପୂର୍ବତନ ବିଧାୟକ, ପ୍ରତାପ କେଶରୀ ସିଂହ ବରିହା, ରାଜ କିଶୋର ସାହୁ, ବଡ ଶତପଥୀ, ଅଶୋକ ବହିଦାର, ସୁରେଶ ରାମଚନ୍ଦାନି, ଅବିନାଶ ମିଶ୍ର, ନାରାୟଣ ପୁରୋହିତ, ଜଗଦିଶ ସାହୁ, ମାନଭଞ୍ଜନ ବେହେରା, ଗୋବିନ୍ଦ ପଟେଲ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି । ଆସନ୍ତା ୧୭ / ୬ ରିଖ ଦିନ ସ୍ମୃତି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ଆବାହକ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ମେ’ ୨୮ ତାରିଖ ଦିନ ଭେଙ୍ଗରାଜପୁର ଖମାର ଘରଠାରେ ଅଞ୍ଚଳର ଶତାଧିକ ବ୍ୟକ୍ତି ବିଶେଷଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସଭାରେ ସ୍ମୃତି କମିଟି ଗଠନ ପ୍ରସ୍ତାବ ନିଆଯାଇଥିଲା ।

jittmm
Leave A Reply

Your email address will not be published.