ଅନୁସୂଚିତ ଜାତି, ଲକ୍ଷେଘର ଗଣ୍ଡା ସମାଜର ବୈଠକ

  • ନିର୍ବାଚନରେ ଅସ୍ପୃଶ୍ୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୁଚିତ ଜାତି ଓ ଲକ୍ଷେଘର ଗଣ୍ଡା ସମାଜର ଏକ ବୈଠକ ପୁଇଁନ୍ତଲା ଢୋଲ ମୁହୁରୀ କଳା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ କୁମ୍ଭାରଙ୍କ ଆବାହକତ୍ୱରେ ତଥା ଜ୍ୟୋତିଷ ମୁଗ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଆଲୋଚନା ହୋଇଥିଲା । ୨୦୦୯ ମସିହାରୁ ଏହି ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଦଳିତ (ଅସ୍ପୃଶ୍ୟ) ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ପାରିନାହାନ୍ତି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ବର୍ଗକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ଯଦିଓ ଏହି ବର୍ଗର ଜନସଂଖ୍ୟା ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ରହୁଛନ୍ତି ତଥାପି ମଧ୍ୟ ସେମାନଙ୍କୁ ଅବହେଳା କରାଯାଉଛି । ଆଗାମୀ ନିର୍ବାଚନରେ ଯେଉଁ ଦଳ ଅସ୍ପୃଶ୍ୟ ଦଳିତଙ୍କୁ ପ୍ରାର୍ଥୀ କରିବ ସେହି ପ୍ରାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ମିଳିତ ଭାବରେ ସଂଗଠନକୁ ମଜବୁତ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା । ବୈଠକରେ ପଶ୍ଚିମ ଓଡିଶା ଲକ୍ଷେଘର ଗଣ୍ଡା ସମାଜ ସଭାପତି ଓମ ପ୍ରକାଶ କୁମ୍ଭାର, ସତ୍ୟାନନ୍ଦ ସୁନା, ଅର୍ଜୁନ ମୁଗ୍ରୀ, ଦେବହରି ବାଗ, ବିଜ୍ଞାନ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ପ୍ରହଲ୍ଲାଦ ସୁନା, ସେବହରି ବାଗ, ଜନ୍ମ ବାରିକ, ଯୁଗଲାଲ ନନ୍ଦ, ହରି ନନ୍ଦ, ବିରୋଧ ତାଣ୍ଡି, ବିନୋଦ ମୁଗ୍ରୀ, ବିଭୂତି ସୁନା, ପ୍ରଫୁଲ୍ଲ ଜାଲ ଓ ମଦନ କୁମ୍ଭାର ପ୍ରମୁଖ ଯୋଗ ଦେଇ ନିଜର ମତାମତ ରଖିଥିଲେ ।

jittmm
Leave A Reply

Your email address will not be published.