ପାଇକମାଲ କୃଷି ଉତ୍ପାଦକ ଗୋଷ୍ଠୀର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସହଭାଗୀ ବିକାଶଠାରେ ଓପିକ୍ରା ଓ ଆଇକାଡ ତରଫରୁ ପଦ୍ମପୁର ଓ ପାଇକମାଲ ବ୍ଲକର ୪୧ ଗୋଟି କୃଷକ ଉତ୍ପାଦକ ଗୋଷ୍ଠୀକୁ ନେଇ ଏକ ଟ୍ରିନିଙ୍ଗ କରାଯାଇଥିଲା । ଏହି ୪୧ଗୋଟି ଗୋଷ୍ଠୀକୁ ନେଇ ଏକ ବିଡିଓ ମେମ୍ବର ଗଠନ କରାଯାଇଥିଲା ।ଏଥିରେ ୧୦ ଜଣଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଏହି କମିଟିରେ ରହିଥିଲେ । ଜଣେ ସଭାପତି ଓ ଜଣେ ସେକ୍ରେଟରୀ ଏବଂ କୋଷାଧ୍ୟକ୍ଷ ରହିବେ ବୋଲି ସଭାରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଓପିକ୍ରା ବରଗଡ ଜିଲ୍ଲାର ପ୍ରବୀର ନାଗ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏଫ୍‌ପିଓ ମେଘନାଦ ନନ୍ଦ ଓ ମହେଶ୍ଵେତା ସାମଲ ଯୋଗ ଦେଇଥିଲେ । ଗୋଷ୍ଠୀର ମେମ୍ବରମାନଙ୍କୁ କିପରି କାମ କରି ଲାଭବାନ ହେବେ ସେ ବିଷୟରେ ବୁଝାଇ ଥିଲେ । ଆଇକାଡର ସଂଗୀତା ବାଗ ପରିଚୟ ପ୍ରଦାନ କରିଥିଲେ । ଏହି ଗୋଷ୍ଠୀର ନାମ ବାବା ନୃସିଂହନାଥ କୃଷକ ପ୍ରଡ୍ୟୁସର୍ ଗ୍ରୁପ ଗଠନ କରାଯାଇଥିଲା । ଉତ୍ପାଦକ ଗୋଷ୍ଠୀର ମେମ୍ବରମାନେ ନିଜ ନିଜ ମତାମତ ଦେଇଥିଲେ ।ଏଥିରେ ଆଇକାଡର ସୁଜାତା ଧରୁଆ, ଏକାଙ୍କିକା ନାମଦେଓ ଏବଂ ସମସ୍ତ ଉତ୍ପାଦକ ଗୋଷ୍ଠୀର ଦୁଇ ଜଣ ମେମ୍ବର ଯୋଗ ଦେଇଥିଲେ । ଶେଷରେ ବିନୋଦ ସେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.