ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ବଲାଙ୍ଗିର ସହରରେ ଆସନ୍ତା ତା.୦୧/୦୫/୨୦୨୨ ଦିନ ରଥଯାତ୍ରା ଏବଂ ତା.୦୯/୦୫/୨୦୨୨ ଦିନ ବାହୁଡାଯାତ୍ରାର ସୁପରିଚାଳନା ସକାଶେ ତା.୨୭/୦୫/୨୦୨୨ ଅପରାହ୍ନ ଘ.୪.୩୦ମି. ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସଂପୃକ୍ତ ସରକାରୀ ବିଭାଗୀୟ ଅଧିକାରୀ ଏବଂ ପ୍ରତ୍ୟେକ ରଥଯାତ୍ରା କମିଟିର ସକ୍ରିୟ ସଭ୍ୟମାନଙ୍କୁ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ କରାଗଲା । ଉକ୍ତ ବୈଠକ ସଭାରେ ଚଳିତ ବର୍ଷ ରଥଯାତ୍ରା ସଂମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଯଥା ରଥ ମରାମତି, ପହଣ୍ଡି, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଆଇନ ସୁରକ୍ଷା ଏବଂ ରାସ୍ତା ମରାମତି, ରଥ ତଦାରକ ଇତ୍ୟାଦି ବିଷୟରେ ଅୋଲାଚନା କରାଗଲା । ଉପରୋକ୍ତ ବୈଠକ ସଭାରେ ବଲାଙ୍ଗିର ଉପ-ଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଭାରପ୍ରାପ୍ତ ଟାଉନ ପୋଲିସ ଅଧିକାରୀ, ପୌର ପରିଷଦ ବଲାଙ୍ଗିର ଅଧ୍ୟକ୍ଷା, ନିର୍ବାହୀ ଯନ୍ତ୍ରୀ ପାନୀୟ ଜଳ ବିଭାଗ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ବିଭାଗ, ତହସିଲଦାରଙ୍କ ସହ ବିକ୍ରମାନନ୍ଦ ବହିଦାର, ନିଳମଣି ମିଶ୍ର, ସନ୍ତୋଷ କୁମାର ଦାଶ, ସୁରଂଜିତ ସାହାଣି, ପ୍ରଦୀପ କୁମାର ଚାନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.