କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ବାହୁଡା ଯାତ୍ରା । ମାଉସୀ ଘରୁ ବାହୁଡ଼ିଛନ୍ତି ତିନି ଠାକୁର, ସହଶ୍ରାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ହରି ବୋଲ, ହୁଳହୁଳି ଓ ସଂକୀର୍ତ୍ତନର ତାଳେ ତାଳେ ଉଛୁଳି ପଡିଥିଲା ଆଜି ମଦନପୁର ବଡ ଦାଣ୍ଡ, ଭକ୍ତ ଶ୍ରଦ୍ଧାଳୁ ବଡ ଉତ୍ସାହ ସହ ଦାରୁବ୍ରହ୍ମଙ୍କ ରଥକୁ ଟାଣି ଆଣିଥିଲେ ଜଗନ୍ନାଥ ମନ୍ଦିରକୁ । ଦୁଇ ବର୍ଷ କୋଭିଡ କଟକଣା ପରେ ଆଜି ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସି ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ, ସେବାୟତ କ୍ଷେତ୍ରମଣି ସିଙ୍ଗ, ସସିକାନ୍ତ ଚିନଦା, ସୂର୍ଯ୍ୟମଣୀ ପଣ୍ଡା ଓ କାଳୀ ପ୍ରସାଦ ପାଢ଼ୀ ସେବାୟତ ଭାବେ ନିୟୋଜିତ ଥିଲେ ।