oom

ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ପରୀକ୍ଷା ଫଳର ସମୀକ୍ଷା ବୈଠକ

jsmm

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳେୟ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧୩ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ପରିଚାଳକଙ୍କୁ ନେଇ ସିବିଏସସି ପରୀକ୍ଷା ଫଳ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ଚୌଧୁରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଆ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ କୁମାର ପାଢ଼ୀ ଉପସ୍ଥିତ ରହି ସମୀକ୍ଷା କରିଥିଲେ । ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ପରୀକ୍ଷାର ଫଳାଫଳକୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଗତ ବର୍ଷର ପରୀକ୍ଷା ଫଳ ଅପେକ୍ଷା ଚଳିତ ବର୍ଷର ପରୀକ୍ଷା ଫଳରେ ଉନ୍ନତି ହେଇଥିବା ଜାଣି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ୍ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ବର୍ଷ ମାନଙ୍କରେ କେମିତି ଶତ ପ୍ରତିଶତ ପରୀକ୍ଷା ଫଳ ପାଇବା ସେ ଦିଗରେ ଯତ୍ନବାନ ହେବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀ ଛତ୍ରିଆ ମଧ୍ୟ ଆଗାମୀ ଶିକ୍ଷା ବର୍ଷ ରେ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ କରିଥିଲେ । ବୈଠକ ଶେଷରେ ଲାଞ୍ଜିଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସହ ଅଧ୍ୟକ୍ଷା ସୁଶ୍ରୀ ଶୁଭଶ୍ରୀ ସାମନ୍ତରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.