ବଲାଙ୍ଗିର, (କେପିଏନ୍ଏସ୍) : କପଶିଲା କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ କୁକେଡମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପସିଲା ସିଆରସିସି ସୁଧାଂଶୁ ପୁଟା ତାଲିମ କାର୍ଯ୍ୟକ୍ରମ ପରିଚାଳନା ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଧରୁଆ ସହଯୋଗ କରିଥିଲେ । ଗୁଡଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇ ମନିତ୍ରିକରିବାକୁ ଆସିଥିଲେ ଓ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବୈଠକ ବିଷୟରେ ପଚାରି ବୁଝିଥିଲେ । ଏହି ବୈଠକରେ କପସିଲା କ୍ଳଷ୍ଟରର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ ଶିକ୍ଷକ ଯୋଗ ଦେଇଥିଲେ । ଏହି ବୈଠକରେ ଶିଶୁବାଟିକା ଶିକ୍ଷକ ସହାୟକ ପୁସ୍ତିକା ଓ ଶିଶୁବାଟିକା ୩ କାର୍ଯ୍ୟ ପୁସ୍ତିକା ବିଷୟରେ ଆଲୋଚନା କରାଯାଇଥିଲା । ବହୁଶ୍ରେଣୀ ଭାଷା ଓ ଗଣିତ ପାଠଟୀକା ଓ ଶ୍ରେଣୀ ପରିଚାଳନା କିପରି କରାଯିବ ତା ବିଷୟରେ ତାଲିମ ଦିଆ ଯାଇଥିଲା ଓ ଶିକ୍ଷକମାନେ ମଧ୍ୟ ପାଠ ଯୋଜନା ପ୍ରସ୍ତୁତ ଓ ଉପସ୍ଥାପନ କରିଥିଲେ । ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ ବିଷୟରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ବିକାଶ ଓ ସୁରକ୍ଷା ଯୋଜନା କିପରି କରାଯିବ ସମସ୍ତ ଶିକ୍ଷକଙ୍କୁ ସିଆରସିସି ଅବଗତ କରାଇଥିଲେ ।
