ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟାନସିପ୍ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତ ୨୫ ତାରିଖରେ ଚାଲିଥିବା ଏହି ଚାମ୍ପିୟାନସିପ୍ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଖବର ଲେଖାଯିବା ସୁଦ୍ଧା ଦ୍ୱିତୀୟ ଦିନର ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇସାରିଛି । ଆଜି ଅନୁଷ୍ଠିତ ୧୯ ବୟସ ବର୍ଗର ଦୁଇଟି ବାଳିକା ସିଙ୍ଗଲ ସେମିଫାଇନାଲରେ ସଂପଦା ମହାନ୍ତି ଓ ନନ୍ଦିନି ଲାଲ ଯଥା କ୍ରମେ ତମନ୍ନା ସାହୁ ଓ ଦୟା ପଟେଲକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନିତ ହୋଇଛନ୍ତି । ୧୭ ବୟସ ବର୍ଗ ସିଙ୍ଗିଲ ବାଳିକା ସେମିଫାଇନାଲରେ ଦୟା ପଟେଲ ଓ ସଂପଦା ମହାନ୍ତି ଯଥାକ୍ରମେ ନନ୍ଦିନି ଲାଲ ଓ ଶୁଭସ୍ମିତା ଛତ୍ରିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନିତ ହୋଇଛନ୍ତି । ୧୫ ବୟସ ବର୍ଗ ସିଙ୍ଗଲ ବାଳିକା ବର୍ଗରେ ଶୁଭସ୍ମିତା ଛତ୍ରିଆ, ତମନ୍ନା ସାହୁ ଓ ଆଁଚଳ ମେହେର ଯଥାକ୍ରମେ ସୃଷ୍ଟିମୟୀ ବେହେରା, ଅନନ୍ୟା ଅଗ୍ରୱାଲ ଓ ସୋନାଲିକା ମେହେରଙ୍କୁ କ୍ୱାଟରଫାଇନାଲରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛନ୍ତି । ଏହି ଚାମ୍ପିୟାନସିପ୍ରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ, ତୁଷୁରା, କଣ୍ଟାବାଞ୍ଜି, ଟିଟିଲାଗଡ ସହ ଅନ୍ୟାନ୍ୟ ଅଂଚଳର ବିଭିନ୍ନ ବୟସ ବର୍ଗର ପ୍ରାୟତଃ ୩୦୦ ଜଣ ବ୍ୟାଡମିଣ୍ଟନ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଭୟ ବାଳକ, ବାଳିକା ସବ୍ଜୁନିୟର, ଜୁନିୟର, ପୁରୁଷ ଓ ମହିଳାଙ୍କ ସମେତ ଭେଟେରାନ୍ ବୟସ ବର୍ଗରେ ସିଙ୍ଗଲ ଓ ଡବଲ୍ସ ଚାମ୍ପିୟାନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ଚାମ୍ପିୟାନସିପ୍କୁ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଶୁଶାନ୍ତ ଚୋପଦାର, ବୁଲୁ ବେହେରା, ସୁଧିର ପଣ୍ଡା, ସନ୍ଦିପ ସାହାଣୀ, ଉନ୍ନୟନ କମିଟି ମୁଖ୍ୟ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି । ଏହି ଚାମ୍ପିୟାନସିପ୍କୁ ସମୁଦାୟ ୧୨ ଜଣ ଅଫିସିଆଲ ଯଥା ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ସିଦ୍ଧାର୍ଥ ମିଶ୍ର, ଶୁଶାନ୍ତ ମହାନ୍ତି, ପବନ ସାହୁ, ବୈଷ୍ଣବ କବାଟ, ଉପେନ୍ଦ୍ର ଚନ୍ଦନ, ସୌରଭ ପ୍ରଧାନ, ସ୍ମରଣିକା ବେହେରା, ରୋଶନ ଜୈନ, ସୁରେନ୍ଦ୍ର ନେପାଲ, କବି ଠାକୁର, କାହ୍ନୁଲାଲ, ଆକ୍ରମ ଖାନଙ୍କ ସହ ଚିପ୍ ରେଫରି ହେମନ୍ତ ପ୍ରଧାନ, ଡେପୁଟି ଚିପ୍ ରେଫରି ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ ଖେଳ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଖେଳ ଦେଖିବା ପାଇଁ ପ୍ରତ୍ୟେହ ଦର୍ଶକଙ୍କ ଭିଡ ଲାଗି ରହୁଛି ।