centurian jitm

ଜାତୀୟ ସବ୍‌ଜୁନିଅର ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିିପ୍‌ ଉଦ୍‌ଯାପିତ

nschool
  • ଏକକ ବାଳିକାରେ ଓଡ଼ିଶାର ତାନ୍‌ଭି, ବାଳକରେ ପୁଷ୍କର
  • ଯୁଗଳ ବାଳିକାରେ ତେଜସ୍ୱିନୀ-ସାଇନା, ବାଳକରେ ଜୟବର୍ଦ୍ଧନ ଓ ହେମନ୍ତ ଯୋଡ଼ ଚମ୍ପିଆନ
  • ବେଡ଼ ମିଣ୍ଟନ ଖେଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି : କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ସାରା ଦେଶରେ ଏକ ମଡେଲ ଭାବରେ ମାନ୍ୟତା ପାଇବାକୁ ଯାଉଛି । ସରକାର ସମସ୍ତ ଖେଳ ପ୍ରତି ଉପଯୁକ୍ତ ଧ୍ୟାନ ଦେଇ ଉଭୟ ଖେଳ ଓ ଖେଳାଳିଙ୍କ ଭିତ୍ତିଭୂମି ନିର୍ମାନ ଉପରେ ଧ୍ୟାନ ଦେଇଛନ୍ତି । ବିଶେଷ କରି ବ୍ୟାଡ଼ମିଣ୍ଟନ ଖେଳର ବିକାଶ ପାଇଁ ସାରା ରାଜ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରି ଏହି ଖେଳ ଓ ଏହାର ଭିତ୍ତିଭୂମି ବିକାଶ ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ବୋଲି ଆଜି ପୃଥୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି । ଗତ ୨୧ରୁ ଆରମ୍ଭ ହୋଇଥିବା ଜାତୀୟ ସବଜୁନିୟର ଚମ୍ପିଆନସିପର ଫାଇନାଲ ପର୍ଯ୍ୟାୟ ଖେଳ ବେଶ ଚିତ୍ତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ଥିଲା । ବାଳିକା ଏକକରେ ଟାଇଟଲ ଫେବରାଇଟ୍‌ ତଥା ଦେଶର ତୃତୀୟ ସିଟ୍‌ ଓଡ଼ିଶାର ତନ୍‌ଭି ପତ୍ରୀ ଦେଶର ଟପ୍‌ ସିଡ୍‌ କର୍ଣ୍ଣାଟକର ସାଇନା ମଣିମୁଥୁଙ୍କୁ ସିଧାସଲଖ ୨୧/୧୩ ଓ ୨୧/୧୧ରେ ପରାଜିତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ । ସେହିପରି ବାଳକ ଏକକରେ କର୍ଣ୍ଣାଟକର ପୁଷ୍କର ସାଏ ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ ୨୦/୨୦ ଓ ୨୧/୧୫ରେ ପରାଜିତ କରି ଚମ୍ପିଆନ ଟାଇଟଲ ଅର୍ଜନ କରିଛନ୍ତି । ବାଳିକା ଡବଲ୍ସ ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଆନ୍ଧ୍ର ପ୍ରଦେଶର ବିଜୟ ଲକ୍ଷ୍ମୀ ଏବଂ କର୍ଣ୍ଣାଟକର ସାଇନା ମଣିମୁଥୁଙ୍କ ଯୋଡ଼ି ମହାରାଷ୍ଟ୍ରର ସରାୟୁ ଓ ସୋୟାରା ସେଲାର ଯୋଡ଼ିକୁ ୨୧/୧୯ ଓ ୧୯/ ୨୧ ଓ ୨୧/୧୮ରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ବାଳକ ଡବଲ୍ସରେ ହରିଆଣା ଓ ଆନ୍ଧ୍ର ପ୍ରଦେଶ ଯୋଡ଼ି ଜୟବର୍ଦ୍ଧନ ଓ ହେମନ୍ତ କର୍ଣ୍ଣାଟକାର ଇଶ୍ୱର ସାଇକଟମ୍‌ ଓ ପୁଷ୍କର ସାଏଙ୍କୁ ୨୧/୧୨,୧୮/୨୧ ଓ ୨୧/୧୨ ପଏଣ୍ଟରେ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଏହି ସମସ୍ତ ଖେଳ ପରିଚାଳନାରେ ରେଫରୀ ଡ.ସତୀଶ ମାଲ୍ୟା, ମ୍ୟାଚ କଣ୍ଟ୍ରୋଲର ଜି. ପ୍ରାଶାନ୍ତ, ଡେପୁଟି ରେଫରୀ ରୀତା ଦାସ ପରିଚାଳନା କରିଥିବା ବେଳେ ରାଜ୍ୟ ବାହାରୁ ୩୪ ଜଣ ଗ୍ରେବ ବି ଓ ରାଜ୍ୟର ୩୬ ଜଣ ଲାଇନ ଜଜ ଭାବେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସମ୍ପାଦକ ତଥା ଜାତୀୟ ଚମ୍ପିଆନସିପ୍‌ର ସଂଯୋଜକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ସହ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧୀକ୍ଷକ ରିଷିକେଶ ଖିଲାରୀ, ଭାରତୀୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ଏସ. ମୁରଲୀଧରନ, କ୍ରୀଡ଼ା ଓ ଯୁବ ବ୍ୟାପାର ଯୁଗ୍ମ ସଚିବ ରଂଜିତ ପରିଡ଼ା ଓ କୈଲାସ ଚନ୍ଦ୍ର ଦାସ, ଆନ୍ତର୍ଜାତୀୟ ଖେଳାଳି ଓ କୋଚ ମୁରଲୀ କ୍ରୀଷ୍ଣା, କେରଲ ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ରାକେଶ ଶେଖର, ଓଡ଼ିଶା ରାଜ୍ୟ ସଂଘର ଉପସଭାପତି ପ୍ରଦୀପ ପଟ୍ଟନାୟକ, ଜିଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଆୟୋଜନ କମିଟି ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ଭିଡ଼ିଓ ବାର୍ତ୍ତା ଦ୍ୱାରା ସମସ୍ତ ଅତିଥି ଓ ଖେଳାଳି, କୋଚ, ଅଫିସିଏଲସ୍‌, ଦର୍ଶକ ତଥା ସଙ୍ଗଠନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ସାହାଯ୍ୟ ସହଯୋଗ ଦ୍ୱାରା ଜାତୀୟ ଚମ୍ପିଆନସିପର ସଫଳତା ଆଗାମୀ ଦିନରେ ଏହି କ୍ରୀଡ଼ା ପ୍ରତି ସମସ୍ତଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ ବୋଲି ଉଦବୋଧନ ଦେଇଥିଲେ । ଶେଷରେ ସଂଯୋଜକ ସୁରୁଲାଲ ମଟାରୀ ଆୟୋଜନର ସଫଳ ସମାପନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.